ଖୋର୍ଦ୍ଧା: ମୁଣ୍ଡରେ ବନ୍ଧୁକ ଲଗାଇ ୧୫ ଲକ୍ଷ ଟଙ୍କା ଲୁଟ୍‌

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଓସିସି ଛକ ନିକଟରେ କେତେକ ଦୁର୍ବୃତ୍ତ ଏକ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁୁକ ଲଗାଇ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ରାସ୍ତା ବ୍ଲକିଂ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏକ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ମୋଟର ସାଇକେଲ ଯୋଗେ ୧୫ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଖୋର୍ଦ୍ଧା ସହରକୁ ଆସୁଥିଲେ। ଏହି ସମୟରେ ୩ ଜଣ ଯୁବକ ଅନ୍ୟ ଏକ ମେଟର ସାଇକେଲରେ ଆସି ସେମାନଙ୍କୁ ଓସିସି ଛକରେ ଅଟକାଇବା ସହିତ କର୍ମଚାରୀ ଦ୍ୱୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୫ ଲକ୍ଷ ଟଙ୍କା ଥିବା ବ୍ୟଗ୍‌ ନେଇ .ଫେରାର ହୋଇଯାଇଥିଲେ। ଏ ନେଇ କର୍ମଚାରୀମାନେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଜଣାଇବା ସହିତ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ରୋଡ୍  ବ୍ଲକ୍‌ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ କୌଣସି ଗାଁ ରାସ୍ତା ଦେଇ ଖସିଯିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର