ଦାଦନ ଶ୍ରମିକ ଚାଲାଣ ପୂର୍ବରୁ ପୁଲିସର ଚଢ଼ାଉ, ୧୬ ଦଲାଲ ଗିରଫ

ନୂଆପଡ଼ା: ବିଭିନ୍ନ ବ୍ଲକରୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ସୂଚନା ମିଳିବା ପରେ ନୂଆପଡ଼ା ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇ ୧୬ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଏସ୍‌ପି ବିନିତ ଅଗ୍ରଓ୍ଵାଲ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅତିରିକ୍ତ ଏସ୍‌ପି ସୁନିଲ ଆଚାର୍ଯ୍ୟ ଓ ଏସଡିପିଓ ପ୍ରଭାତ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ପି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି, ଦଲାଲମାନେ ଖରିଆର, ଖରିଆର ରୋଡ଼, ସିନାପାଲି, ବୋଡେନ ଓ କୋମନା ଅଞ୍ଚଳରୁ ଦାଦନ ଶ୍ରମିକଙ୍କୁ ପଡୋଶୀ ରାଜ୍ୟକୁ ଚାଲାଣ କରିବାକୁ ଲକ୍ଷ୍ୟ ରଖିଥିଲେ।

ଏସ୍‌ପି ଶ୍ରୀ ବିନିତ କହିଛନ୍ତି, ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ପୁଲିସ ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦଲାଲଙ୍କ ଉପରେ ନଜର ରଖୁଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରୁଛି। ସେ କହିଛନ୍ତି, ଦଲାଲ ନକୁଳ ତାଣ୍ଡି, ହିତେଶ କୁମାର, ନରେନ୍ଦ୍ର ସିଂହ ସିଂହ ଠାକୁର, ଅଭିରାମ ପଟେଲ, ନିରଞ୍ଜନ ଘଡିଆଲ, ମୁକେଶ ଚନ୍ଦ୍ରାକର, ଲକ୍ଷ୍ମଣ ନାରାୟଣ ଚନ୍ଦ୍ରାକର, ମୁନିଜ, ଅଜୟ କୁମାର ସାହୁ ପ୍ରମୁଖ ଦଲାଲଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର