କଳାହାଣ୍ଡିରେ ପତଳା ଝାଡ଼ାରେ ୧୮ ଆକ୍ରାନ୍ତ, ଗାଁରେ ପହଁଚିଲେ ଡାକ୍ତରୀ ଦଳ

ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଲାଞ୍ଜିଗଡ଼/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତର ନିଆଁଳି ଗ୍ରାମରେ ଗତ ବୁଧବାର ଦିନଠାରୁ ପତଳା ଝାଡ଼ାରେ ଏପର୍ଯ୍ୟନ୍ତ ୧୮ ଜଣ ଲୋକ ଆକ୍ରାନ୍ତ ଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍‌ସରେ ଆଣି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆକ୍ରାନ୍ତ ଥିବା ୧୮ ଜଣ ରୋଗୀ ହେଲେ ମିଲନ ହରିଜନ(୧୨), ଅର୍ଜୁନ ହରିଜନ(୧୪), ସୁଧୀର ହରିଜନ(୧୪), କୁମାରୀ କୋଶଲିଆ(୨୦), ପୁଷ୍ପାଞ୍ଜଳି ହରିଜନ(୧୪), ପ୍ରେମ ହରିଜନ(୧୫), ସୁଶୀଳା ହରିଜନ(୩୫), କର୍ଣ୍ଣ ହରିଜନ(୪୦), ଶିବ ହରିଜନ(୩୦), ପ୍ରକାଶ କୋଶଲିଆ(୧୫), ନିତି ହରିଜନ(୧୦), ମିଲନ ହରିଜନ(୧୧), ଅରୁଣ ହରିଜନ(୧୪), ନରପାଲ ହରିଜନ(୨୪), ଅନୁସୟା ହରିଜନ(୪୦), ପଦ୍ମିନୀ ହରିଜନ(୬୦), ରାଜା ହରିଜନ(୧୩) ଓ ନିଷିତା ହରିଜନ(୬)। ଅରୁଣ ଗୁରୁତର ଥିବା ଜଣାଯାଇଛି।

ଖବର ପାଇ ଲାଞ୍ଜିଗଡ଼ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଦଳ ଡ଼.ନରେନ୍ଦ୍ର ଦାସ, ହେଲଥ ଓ୍ଵାର୍କର କୈଳାସ ସାହୁ ଓ ଆଶାଦିଦି ଶନିବାର ରାତି ୧୦ଟାରୁ ନିଆଁଳି ଗାଁରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ଓଆରଏସ ବଣ୍ଟନ କରିଥିଲେ। ଏହି ରୋଗର ଲକ୍ଷଣ ପ୍ରଥମେ ପେଟ କାଟୁଛି। ପତଳା ଝାଡା ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲାଉଥିବା ଗାଁ ଲୋକେ କହୁଛନ୍ତି। ଏପଟେ ସକାଳ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲ ଟିମ ଗାଁରେ ପହଞ୍ଚି ଝାଡ଼ାରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ଓଆରଏସ ବଣ୍ଟନ କରିଛନ୍ତି।

ସମ୍ବନ୍ଧିତ ଖବର