ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଶନିବାର ଧରାକୋଟ ପୁଲିସ ୧୯ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୁଲିସ ଜୁଆ ଆଡ୍ଡାସ୍ଥଳରୁ ୫ଟି ବାଇକ, ୨୦ଟି ମୋବାଇଲ ସହ ୪ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି।
/sambad/media/post_attachments/wp-content/uploads/2019/09/bhm-1024x767.jpg)
ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକର ଗୌଡ଼ଗୋଠ ପଂଚାୟତ ଅନ୍ତର୍ଗତ ଗୋଚ୍ଛାଗୁଡା ଗାଁରେ ଥିବା ଶିବ ମନ୍ଦିର ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଅଚାନକ ଚଢ଼ାଉ କରି ରାତି ୮ଟାରେ ଜୁଆ ଖେଳରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/bhm1.jpg)