ଘଟଗାଁ: କାନ୍ଥ ଭୁଶୁଡ଼ି ଭାଇ ଭଉଣୀ ମୃତ, ମାଆ, ଭଉଣୀ ଗୁରୁତର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମହୋହରପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ଘରେ ଖାଇପିଇ ମାଆ ପାଖରେ ଶୋଇଥିିବା ବେଳେ ହଠାତ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି।ଏହି ଅଘଟଣରେ ଗୁରୁତର ଭାବେ ଆହତ ହୋଇଥିବା ମୃତ ଶିଶୁଦ୍ୱୟଙ୍କ ମାଆ ଓ ଅନ୍ୟ ଜଣେ ଭଉଣୀଙ୍କୁ ଲୋକେ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାରେ ଭର୍ତ୍ତିିର୍ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମନୋହରପୁର ଗାଁର ଜଗା ମୁଣ୍ଡାଙ୍କ ପତ୍ନୀ ରୁକ୍ମଣୀ ମୁଣ୍ଡା ନିଜର ୨ ବର୍ଷର ପୁଅ ବବ୍‌ଲୁ ମୁଣ୍ଡା, ଝିଅ ଗୀତା ମୁଣ୍ଡା(୫ ବର୍ଷ) ଓ ହେମ ମୁଣ୍ଡା(୩ ବର୍ଷ)ଙ୍କୁ ଧରି ଶୋଇଥିଲେ। ମାତ୍ର ଘରର କାନ୍ତ ଦୁର୍ବଳ ଥିବାରୁ ବିଳମ୍ବିତ ରାତିରେ ହଠାତ ଘରର କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଯାଇଥିଲା। ଶବ୍ଦ ଶୁଣି ପଡୋଶୀମାନେ ଉଠି ମାଟି କାନ୍ଥ ତଳୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ବବ୍‌ଲୁ ଓ ଗୀତାଙ୍କର ମୃତ୍ୟୁ ଘଟି ସାରିଥିଲା। ଗୁରୁତର ରୁକ୍ମଣୀ ଓ ହେମଙ୍କୁ ଘଟଗାଁ ଡାକ୍ତରଖାାରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ପାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର