ବଣାଇ: ୧୩ ଘଣ୍ଟା ହେଲା ରାସ୍ତା କଡ଼ରେ ପଡ଼ିଛି ୨ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ, ପୁଲିସ ପହଞ୍ଚି ନାହିଁ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଭାଲୁପାଣି ଗାଁ ନିକଟ ରାସ୍ତାକଡ଼ରେ ୧୩ ଘଣ୍ଟାରୁ ଉର୍ଧ୍ଦ ସମୟ ହେବ ୨ ଜଣ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଛି। ଏ ନେଇ ଗ୍ରାମବାସୀମାନେ ଆଜି ସକାଳୁ ପୁଲିସକୁୁ ଖବର ଦେଇଥିଲେ ମଧ୍ୟ ଦିନ ୧୨ଟା ଯାଏ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ମୃତଦେହ ଦୁଇଟି ସେହପରି ରାସ୍ତାକଡ଼ରେ ପଡ଼ିଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯ୍ରୟୀ, ଗତକାଲି ରାତିରେ ଟିକାୟତପାଲି ଥାନା ଅନ୍ତର୍ଗତ ବନ୍ଧାଗୁଣୀ ଗ୍ରାମର ରସାନନ୍ଦ ପାହୁଲାଇ ଓ ଦହିଗୁଚା ଗ୍ରାମର ବବ୍‌ଲୁ ମୁଣ୍ଡା ଓଆର୧୪ ଏନ ୧୧୫୭ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ରାସ୍ତା କଡ଼ ଗଛରେ ପିଟି ହୋଇଯାଇଥିଲେ। ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ବିଳମ୍ବିତ ରାତି ହୋଇଥିବା ବେଳେ ସେ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଥିବାରୁ ଏହି ଦୁର୍ଘଟଣା ସମ୍ପର୍କରେ କେହି ଜାଣ ପାରି ନ ଥିଷଳ। ତେଣୁ ଅତ୍ୟାଧିକ ରକ୍ତସ୍ରାବ ସହିତ ପ୍ରବଳ ଶୀତରେ ଦୁଇଜଣ ରାସ୍ତାକଡ଼ରେ ପଡ଼ି ପଡ଼ି ମୃତ୍ୟୁବରଣ କରିଥିଲେ। ଆଜି ସକାଳେ ଭାଲୁମୁଣ୍ଡା ଗାଁର ଲୋକେଗାଁ ପାଖ ରାସ୍ତା କଡ଼ରେ ଦୁଇ ଜଣ ଯୁବକଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇଥିଲେ। ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଏ ସମ୍ପର୍କରେ ଟିକାୟତାପାଲି ଥାନାକୁ ଖବର ଦେଇଥିଲେ। ଖବର ପାଇଥିଲେ ମଧ୍ୟ ଦିନ ୧୨ଟା ଯାଏ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ମୃତ ଦେହ ଦୁଇଟି ରାସ୍ତକେଡ଼େରେ ପଡ଼ିଥିବା ବେଳେ ରାସ୍ତା ଉପରେ ସେମାନଙ୍କ ମୋଟରସାଇକେଲଟି ପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର