ପାଇକମାଲ: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର

ସମ୍ବଲପୁର/ ପାଇକମାଳ(ବରଗଡ଼): ଆଜି ସକାଳେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲ ହରିଜନ ସାହିରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଟ୍ରିଂ ଖୋଲୁ ଥିବା ବେଳେ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ସଙ୍କଟାପନ୍ନ ଅବସ୍ଥାେ ତାଙ୍କୁ ଉଦ୍ଧାର କରାଯାଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡୋସିଲା ଗାଁର ହରିଜନସାହିର ଏକ ପାଇଖାନା ଟାଙ୍କି ନିର୍ମାଣ କରାଯାଇଥିଲା। ଆଜି ସକାଳେ ଏହି ପାଇଖାନା ଟାଙ୍କିରୁ ସେଟ୍ରିଂ ଖୋଲିବା ପାଇଁ ଦୁଇ ଜଣ ଶ୍ରମିକ ଟାଙ୍କିି ଭିତରକୁ ଯାଇଥିଲେ। ତେବେ ସେମାନେ କିଛି ସମୟ ପରେ ନିରବ ହୋଇଯିବାକୁ ସେମାନଙ୍କର କଣ ହେଲା ତାହା ଜାଣିବାକୁ ଆଉ ଜଣେ ଶ୍ରମିକ ଟାଙ୍କି ଭିତରକୁ ଯାଇଥିଲେ। ମାତ୍ର ଭିତରେ ସେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ଖବର ପାଇ ଦମକଳବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କରୁଣାକର ପଟେଲ ଓ ମଦନ ବରିହା ନାମକ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟଜଣେ ଶ୍ରମିକଙ୍କ ଅବସ୍ଥାା ସଙ୍କଟାପନ୍ନ ଥିବା ଜଣାପଡ଼ିିଛି।

ସମ୍ବନ୍ଧିତ ଖବର