ମାଲକାନଗିରି: ପୁଲିସ ଗୁଳିରେ ଦୁଇ ନକ୍ସଲ ମୃତ

ମାଲକାନଗିରି: ଓଡ଼ିଶା ସୀମାନ୍ତ ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ନକ୍ସଲ ଗୁଳି ବିନିମୟ ସମୟରେ ପୁଲିସ ଗୁଳିରେ ନକ୍ସଲ ପୋଷାକ ପରିହିତ ଦୁଇ କ୍ୟାର୍ଡର ନକ୍ସଲ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା ନକ୍ସଲଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଅନ୍ୟଜଣକ ମହିଳା ବୋଲି ପୁଲିସ କହିଛି। ସେମାନଙ୍କ ଠାରୁ ଦୁଇଟି ବନ୍ଧୁୁକ, ଗୁଳି, ମାଓ ସାମଗ୍ରୀ, ଔଷଧ ସହିତ ବହୁ ମାଓ ପତ୍ରପତ୍ରିକା ଜବତ କରାଯାଇଛି ।ଡିଆରଜି ଓ ଏସଟିଏଫର ଜବାନମାନଙ୍କ ସହିତ ଗତକାଲି ରାତିରେ ନକ୍ସଲଙ୍କର ଚିନ୍ତାଗୁଫା ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା। ସେହିି ଗୁଳିବିନିମୟରେ ଏହି ଦୁଇ ନକ୍ସଲ ପ୍ରାଣ ହରାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର