ଅନୁଗୁଳରେ ସେକ୍ସ ରାକେଟ ଠାବ: ୨ ଦେହଜୀବୀ ଉଦ୍ଧାର, ୫୦ହଜାର ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଜବତ

ମାଆ-ବାପା ସହିତ ଦୁଇ ପୁଅ ଅଟକ

ଅନୁଗୁଳ: ଅନୁଗୁଳଜିଲ୍ଲାର ଗୀତାଗ୍ରାମରେ ରବିବାର ଅପରାହ୍ନରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏହି ରାକେଟ୍‌ରେ ପୁଲିସ ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଅଟକ ରଖିଛି। ଏମାନଙ୍କଠାରୁ ପୁଲିସ ନଗତ ୫୦ହଜାର ଟଙ୍କା ଜବତ କରିଛି। ଏଥିସହିତ ପୁଲିସ ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ଶିକ୍ଷକପଡାରେ ରହୁଥିବା ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଦୁଇପୁଅ ଗୀତାଗ୍ରାମରେ ଏକ ଭଡ଼ା ଘର ନେଇ ସେକ୍ସ ରାକେଟ ଚଳାଇଥିଲେ। ଏମାନେ ସମ୍ବଲପୁରରୁ ଦୁଇଜଣ ଯୁବତୀଙ୍କୁ ଆଣି ଏହି ସେକ୍ସ ରାକେଟ ଚଳାଉଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ପୁଲିସ ଆକସ୍ମିକ ଭାବେ ଏହି ଭଡ଼ା ଘରେ ଚଢ଼ଉ କରି ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ବହୁ ଆପତ୍ତିଜନକ ସାମଗ୍ରୀ ଘଟଣାସ୍ଥଳରୁ ଜବତ କରିଛି। ଏହି ଘଟଣାରେ ସାମିଲ ଥିବା ମା, ବାପା ଓ ଦୁଇ ପୁଅକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଅର୍ଥାତ୍‌ ଗତ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କ୍ୟାପିଟାଲ ଥାନା ପୁଲିସ ରାଜମହଲ ନିକଟରେ ଥିବା ଏକ ବାର୍‌ ଉପରେ ଅଚାନକ ଚାଢ଼ାଉ କରି  ୫ ଜଣ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିଥିବା ବେଳେ ୭ ଜଣଙ୍କୁ ଅଟକ ରଖିଥିଲ।

ଟଙ୍କାର ଲୋଭ ଦେଖାଇ ଦଲାଲମାନଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଅଣାଯାଇ ଏଠାରେ ଦେହ ବ୍ୟବସାୟ କରାଯାଉଥିବା ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ଯୋଜନା ମୁତାବକ ବାର୍‌ ଉପରେ କିଛି ଦିନ ହେଲା ନଜର ରଖିଥିଲା। ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ଟିମ ପହଞ୍ଚି ଥିଲା।  ଚଢ଼ାଉ ସମୟରେ ପୁଲିସ ବାର୍‌ ଭିତରୁ ଅନେକ ସାମଗ୍ରୀ ଜବତ ମଧ୍ୟ କରିଥିଲା।

 

 

ସମ୍ବନ୍ଧିତ ଖବର