ସମ୍ବଲପୁର: ଶାସନ କେନାଲରେ ୨୦ ଫୁଟର ଘାଇ

ସମ୍ବଲପୁର:  ହୀରାକୁଦ ଡ୍ୟାମ୍‌ରୁ ବାହାରିଥିବା ଶାସନ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ହୋଇଛି। ଫଳରେ ପାଣି ବିଲରେ ମାଡ଼ି ଯାଇଛି। କେନାଲରେ ଖାଇ ହେବା ଫଳରେ ଆଗାମୀ ଦିନରେ ଚାଷକାର୍ଯ୍ୟ ପ୍ରଭାବିତ ହେବା ନେଇ ଚାଷୀମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ,  ଆଜି ସକାଳୁ ଶାସନ କେଲାର ୧୭ କିମି ଅର୍ଥାତ ହୀରାକୁଦ ନଦୀବନ୍ଧ, ଯେଉଁ ଠାରୁ ଶାସନ କେନାଲ ବାହାରିଛି ସେଠାରୁ ୧୭ କିଲୋମିଟର ଦୂର  ପଣ୍ଡାରି ଗାଁ ନିକଟରେ କେନାଲରେ ୨୦ ଫୁଟ୍‌ର ଘାଇ ହୋଇଥିଲା।  ଗତ କିଛି ଦିନ ହେବ ଏହି ସ୍ଥାନରେ ପାଣି ଲିକ୍‌ ହୋଇ ପଦାକୁ ବାହରୁଥିଲା। ମାତ୍ର ଜଳସେଚନ ବିଭାଗ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ ଆଜି ସେଠାର ଏକ ବଡ଼ ଘାଇ ହୋଇଥିଲା। କେନାଲ ବନ୍ଧ ଭାଙ୍ଗି ପାଣି ଚାଷ ଜମିରେ ମାଡ଼ି ଯାଇଥିଲା। ଖବର ପାଇ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚିି  ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମରାମତି ପାଇଁ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର