ଜଗତସିଂହପୁର: ବସ୍‌ ଓଲଟିବାରୁ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ, ଜଣେ ଗୁରୁତର

ଜଗତସିଂହପୁର: ଏକ ଘରୋଇ ବସ୍‌ ଓଲଟିବାରୁ ଶୁକ୍ରବାର ଅପରାହ୍ଣରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ଅଛି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ନିକଟରେ ‘ଅଭିରାମ୍‌’ ନାମରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସୂଚନା ମିଳିବାରୁ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ପୁଲିସ ସ୍ଥାନୀୟ ଲୋକଙ୍କର ସାହାଯ୍ୟରେ ଆହତ ମାନଙ୍କୁ ବିରିଡ଼ି ହସ୍‌ପିଟାଲରେ ଭର୍ତ୍ତି କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର