କଳାହାଣ୍ଡିରେ ଫସିଥିଲେ ଅନ୍ୟ ରାଜ୍ୟର ଶ୍ରମିକ, ୨୫୭ ଜଣଙ୍କୁ ଘରକୁ ପଠାଇଲା ପ୍ରଶାସନ

ଭବାନୀପାଟଣା: ଲକଡାଉନ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ଅଞ୍ଚଳ ର ମୋଟ ୬୪୬ ଜଣ ଶ୍ରମିକ ଏଠାରେ ଅଟକି ରହି ଯାଇଥିଲେ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲବ୍ୟାପୀ ୪୭ ଟି ଶିବିରରେ ଥଇଥାନ କରାଯାଇଥିଲା । ଏବେ ଏହି ଅଟକିଥିବା ଏବଂ ନିଜ ଖର୍ଚ୍ଚରେ ନିଜେ ଫେରିଯିବାକୁ ଚାହୁଁଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ସହଯୋଗ ର ହାତ ବଢ଼େଇଛି ।

ମଇ ୪ ରୁ ୯ ତାରିଖ ମଧ୍ୟରେ ଅଟକାଇଥିବା ୨୫୭ ଜଣଙ୍କୁ ନିଜ ରାଜ୍ୟ କୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନବ୍ୟବସ୍ଥା କରିଛି । ମଇ ୪ ତାରିଖ ରେ ରାଜସ୍ଥାନ କୁ ୩୧ ଜଣ, ୭ ତାରିଖ ରେ ୬୮ ଜଣଙ୍କୁ ଝାଡ଼ଖଣ୍ଡ, ୩୫ ଜଣଙ୍କୁ ଉତ୍ତରପ୍ରଦେଶ ୩୬ ଜଣଙ୍କୁ ବିହାର ଓ ୧୦ଜଣଙ୍କୁ ଛତିଶଗଡ଼ ପଠାଇ ଦିଆଯାଇଛି । ସେହିପରି ୯ ତାରିଖ ରେ ୩୯ ଜଣ ଶ୍ରମିକ ଙ୍କୁ ଏକ ଘରୋଇ ବସ ରେ ଆନ୍ଧ୍ରପ୍ରଦେଶ ପଠେଇ ଦିଆଯାଇଛି। ନିଜ ରାଜ୍ୟକୁ ଫେରୁଥିବ ଏହି ଶ୍ରମିକ ମାନେ ବସ୍ ଭଡା ଖର୍ଚ୍ଚ ନିଜେ ବହନ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜରିଆରେ ସରକାରୀ ମୂଲ୍ୟରେ ସରକାରୀ ଓ ଘରୋଇ ବସ ଯୋଗାଇ ଦିଆଯାଉଛି । ଜିଲ୍ଲା ଶ୍ରମ ବିଭାଗ ଏସବୁ କାର୍ଯ୍ୟ ତଦାରଖ କରୁଛି । ଏହା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ମଧ୍ୟ ଦିଆଯାଉଛି।

ସମ୍ବନ୍ଧିତ ଖବର