ନୂଆପଡ଼ା: ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିବା ବେଳେ ନୂଆପଡ଼ା ପୁଲିସ ୨୯ ଜଣ ଦାଦନ ଶ୍ରମିକଙ୍କୁ ଶୁକ୍ରବାର ଉଦ୍ଧାର କରିଛି। ଦଲାଲ ମାଧ୍ୟମରେ ସୁନାବେଡ଼ା ଓ ଗାତିବେଡ଼ା ଗ୍ରାମର ୨୯ ଜଣ ଦାଦନ ଶ୍ରମିକଙ୍କୁ ନିଆ ଯାଉଥିଲା। ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ୭ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ରୋଜଗାର ନ ମିଳିବାରୁ ଏହି ଶ୍ରମିକମାନେ ପେଟ ପାଳିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାରିଥିଲେ। ମାତ୍ର ପଡୋଶୀ ରାଜ୍ୟକୁ ଯିବା ପୂର୍ବରୁ ନୂଆପଡ଼ା ଜିଲ୍ଲାର କୋମନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳି ଯାଇଥିଲା। ଏହା ପରେ ପୁଲିସ ଚାଲାଣ ହେଉଥିବା ଗାଡ଼ିକୁ ଅଟକାଇ ସମସ୍ତଙ୍କୁ ଉଦ୍ଧାର କରିଛି। ପୁଲିସ ଶ୍ରମିକ ଚାଲଣ ପାଇଁ ବ୍ୟବହୃତ ହୋଇଥିବା ବୋଲେରୋକୁ ଜବତ କରିଥିବା ବେଳେ ଗାଡି ଚାଲକ ଓ ଦଲାଲଙ୍କୁ ଗିରଫ କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଗାଁରେ ଛାଡିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।