ନୂଆପଡା ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲାପାଳ

ନୂଆପଡା: ମଙ୍ଗଳବାର ନୂଆପଡା ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଗତମାସ ୧୫ ତାରିଖରେ ମହାରାଷ୍ଟ୍ରର ମୁମ୍ବାଇରୁ ଫେରିଥିଲେ । ଆକ୍ରାନ୍ତଙ୍କ ସ୍ୱାବ ୨୨ ତାରିଖରେ ଟେଷ୍ଟ ପାଇଁ ଯାଇ ଥିବା ବେଳେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

US COVID-19 cases top 500,000; India extends lockdown | Healthcare ...

ସୂଚନାଯୋଗ୍ୟ, ଆକ୍ରାନ୍ତ ନୂଆପଡା ସଦର ଏନଏସି କଲ୍ୟାଣ ମଣ୍ଡପସ୍ଥିତ ଟିଏମସିରେ ରହୁଥିଲେ। ରିପୋର୍ଟ ପଜିଟିଭ ଆସିବାପରେ ସଂକ୍ରମିତ ବ୍ୟକ୍ତି ଜଣଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣାସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେହି ଟିଏମସି ଅଂଚଳକୁ ବହୁତ ଶୀଘ୍ର ସିଲ କରି ଦିଆଯିବା ସହ  ୪୮ ଘଣ୍ଟା ପାଇଁ କନଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି । ଏ ନେଇ ଜିଲ୍ଲାପାଳ ମଧୁସ୍ମିତା ସାହୁ ଆଜି ମାଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର