ନୀଳଗିରି: ୧୦ କେଜି ବାରହା ମାଂସ ସହିତ ୩ ଶିକାରୀ ଗିରଫ

ନୀଳଗିରି: ଗତ କାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କୁଲଡିୟା ଅଭୟାରଣ୍ୟ ମଧ୍ୟରୁ ଶିକାର କରିଥିବା ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କ ଠାରୁ ୧୦ କେଜି ବାର୍‌ହା ମାଂସ ଜବତ କରାଯାଇଛି।
କୁଲଡିୟା ଅଭୟାରଣ୍ୟର ରେଞ୍ଜ ଅଫିସର ଲକ୍ଷ୍ମଣ ପ୍ରଧାନଙ୍କ ଠାରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ୨ଟା ୩୦ ସମୟରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ବେଳେ ୩ ଜଣ ଶିକାରୀ ଏକ ବ୍ୟାଗ୍‌ ଭିତରେ ୧୦ କେ ଜି ବାର୍‌ହା ମାଂସ ଘେନି ଆସୁଥିବା ସୂଚନା ପାଇଥିଲେ। ସୂଚନା ଆଧାରରେ ଏହି ଶିକାରୀମାନଙ୍କୁ ଅଟକ ରଖି ତନଖି କରିବାରୁ ସେମାନଙ୍କ ଠାରୁ ଏହି ମାଂସ ଜବତ କରାଯାଇଥିଲା। ଏ ନେଇ ସେମାନଙ୍କ ବିରୋଧରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର