ଗଜପତି: ବାଇକ ଦୁର୍ଘଟଣାରେ ୩ ଯୁବକ ମୃତ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ତିବ୍ଦତୀୟ କୋଲନୀ ନିକଟସ୍ଥ ଛିଟିଙ୍ଗ୍‌ ଘାଟିରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ୩ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଯୁବକମାନେ ପାରଲାଖେମୁଣ୍ଡି ଯାଉଥିବା ଅନୁମାନ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ବାଇକ ଯୋଗେ ଚନ୍ଦ୍ରଗିରିରୁ ମହେନ୍ଦ୍ରଗଡ଼ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲେ। ଫଳରେ ଜଟିଆ ବଳିଆର ସିଂ, ଦିବାକର ବଳିୟାର ସିଂ ଓ ଅନ୍ୟଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର