ମାଲକାନଗିରି: ଗୁଳିବିନିମୟରେ ୩ ନକ୍ସଲ ମୃତ

ମାଲକାନଗିରି: ଗତକାଲି ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ- ନକ୍ସଲ ଗୁଳି ବିନିମୟରେ ତିନିଜଣ ହାର୍ଡକୋର ନକ୍ସଲଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ଠାରୁ ୩ଟି ସ୍ୱୟଂଚାଳିତ ମାରଣାସ୍ତ୍ର (ଏକେ ୪୭, ଏସଏଲଆର ଓ ଇନସାସ୍‌ ରାଇଫଲ )ଜବିତ କରାଯାଇଛିି।
ଛତିଶଗଡ଼ ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗତକାଲି ରାତିରେ ଛତିଶଗଡ଼ର ମାନପୁର ସବ୍‌ଡିଭିଜନ ଅନ୍ତର୍ଗତ ଖଡ଼ଗାଁ ଥାନା ଅନ୍ତର୍ଗତ ରାଜନନ୍ଦଗାଁ ନିକଟସ୍ଥ କୋପେନକାଡ଼କା ଜଙ୍ଗଲରେ ଇଣ୍ଡୋ ତିବତାନ ବର୍ଡର ପୁଲିସ ଓ ଡିଇଏଫ ଯାବାନମାନେ ମଳିତ ଭାବେ କମ୍ବିଂ ଅପରେସନ୍‌ କରୁଥିବା ବେଳେ ନକ୍ସଲମାନଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଥିଲା। ଏଥିରେ ମହେଶ, ରାକେଶ ଓ ରଞ୍ଜିତ ( ୩ ଜଣଙ୍କ ଉପରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି)ଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର