ମାଲକାନଗିରି: ଅଧଘଣ୍ଟାର ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୩ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତା ଗୁଫା ନିକଟରେ ଆଜି ସକାଳେ ସୁରକ୍ଷାକର୍ମୀ- ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ମାତ୍ର ଅଧଘଣ୍ଟାର ଏହି ଏନ୍‌କାଉଣ୍ଟରରେ ସୁରକ୍ଷା କର୍ମୀଙ୍କ ଗୁଳି ଚୋଟରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚିନ୍ତାଗୁମ୍ଫା ନିକଟସ୍ଥ ଜଙ୍ଗଲରେ ଛତିଶଗଡ଼ ପୁଲିସ ଓ ସିଆରପିଏଫ ପକ୍ଷରୁ ମିଳିତ କମ୍ବିଂ ଅପରେସନ୍‌ ଚାଲିଥିିବା ବେଳେ ସେହି ଜଙ୍ଗଲରେ ପୂର୍ବରୁ ଛକି ରହିଥିବା ନକ୍ସଲମାନେ ସୁରକ୍ଷା କର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ନକ୍ସଲଙ୍କ ଆକ୍ରମଣର ମୁକାବିଲା ପାଇଁ ସୁରକ୍ଷା କର୍ମୀମାନେ ପୋଜିସନ ନେଇ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ସର୍ଚ୍ଚ ଅପରେସନ ଚଳାଇ ଘଟଣାସ୍ଥଳରୁ ୩ ଜଣ ନକ୍ସଲଙ୍କ ଗୁଳିବିଦ୍ଧ ମୃତଦେହ ସହିତ ବନ୍ଧୁୁକ, ମାଓ ପୋଷାକ, ପ୍ରଚାରପତ୍ର ସହିତ ବହୁ ମାଓସାମଗ୍ରୀ ଜବତ କରିଛିି। ମୃତ ନକ୍ସଲମାନଙ୍କର ମୃତଦେହ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର