ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ରାୟଗଡ଼ା: ଆନ୍ଧ୍ରପ୍ରଦେଶର େଓ୍ଵଷ୍ଟ ଗୋଦାବରୀ ଜିଲ୍ଲାର ଭୀମାବରମ ଠାରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଓଡ଼ିଶାର ରାୟଗଡ଼ା ଜିଲ୍ଲାର ୩ ଜଣ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଶ୍ରମିକମାନେ ହେଉଛନ୍ତି ମେଲସୁ ହିୟ୍ରିକା(୨୩ ବର୍ଷ),ରାଜେଶ କଦ୍ରକା (୨୫ ବର୍ଷ) ଓ ଗୋବିନ୍ଦ ମଦାନି(୨୪ ବର୍ଷ)।
ଏହି ଶ୍ରମିକମାନଙ୍କ ମୃତଦେହ ଭୀମାବରମ ଡାକ୍ତରଖାନାରେ ଥିବାରୁ ସେଗୁଡ଼ିକୁ ରାୟଗଡ଼ା ଆଣିବା ପାଇଁ ବ୍ୟବସ୍ଥା କରିବାକୁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର