କେନ୍ଦୁଝର ଆଖପାଖ ଅଞ୍ଚଳରେ ପଶିଲେ ୩୦ଟି ହାତୀ, ଲୋକଙ୍କ ମନରେ କୋକୁଆ ଭୟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆଖପାଖ ଅଞ୍ଚଳରେ ରବିବାର ୩୦ଟି ହାତୀ ପଶି ଆସି ଉତ୍ପାତ କରୁଛନ୍ତି। ପଶି ଆସିଥିବା ୩୦ଟି ହାତୀଙ୍କ ଉତ୍ପାତରେ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ଲୋକମାନେ ଘର ଭିତରେ ପଶି ରହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝର ଆଖପାଖ ଅଞ୍ଚଳକୁ ପଶି ଆସିଥିବା ୩୦ଟି ହାତୀଙ୍କ ମଧ୍ୟରୁ ସଦର ରେଞ୍ଜ କୁସୁମିତାର ୨୦ଟି ହାତୀ ପଶି ଆସିଛନ୍ତି। ସେହିପରି ନରଣପୁର ବିଟ୍‌ ଜାଗୁନାଳିଆରେ ୧୦ଟି ହାତୀ ପଶି ଥିବା ବନବିଭଗ ପକ୍ଷରୁ ସୂଚନା ମିଳିଛି। ସଦର ରେଞ୍ଜ କୁସୁମିତାର ଓ ନରଣପୁର ବିଟ୍‌ ଜାଗୁନାଳିଆରେ ହତୀପଲ ପଶି ଆସିବା ଖବର ପାଇବା ପରେ ସଙ୍ଗେସଙ୍ଗେ ବନବିଭାଗ ସ୍ୱତନ୍ତ୍ର ୪ଟି ଟିମ୍‌ ଗଠନ କରିଥିଲା। ଏବେ ଏହି ଟିମ୍‌ ହାତୀମାନଙ୍କୁ ଘଉଡାଇବାରେ ନିୟୋଜିତ ଥିବା ସହିତ ଲୋକମାନଙ୍କୁ ଭୟ ନକରିବାକୁ ବି ବନବିଭାଗ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର