ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପଡାଲଗୁଡ଼ା ଗାଁ ନିକଟସ୍ଥ ଏକ ବିଲରେ ଥିବା କୂଅ ଭିତରୁ ବୁଧବାର ମାଆ ସହିତ ୩ଟି ଭାଲୁ ଛୁଆକୁ ତିନିଘଣ୍ଟା ଅପରେସନ୍ ପରେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭାଲୁଙ୍କୁ ଜଙ୍ଗଲରେ ଛଡ଼ା ଯିବାକୁ ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ଖାଦ୍ୟ ଅନେ୍ଵଷଣରେ ମାଆ ଓ ୩ ଛୁଆ ଭାଲୁ ନବରଙ୍ଗପୁର ଜିଲ୍ଲା ପଡ଼ାଲଗୁଡ଼ା ଗାଁର ଏକ ଆମ୍ବ ବଗିଚାକୁ ଚାଲି ଆସିଥିଲେ। ଏଠାରେ ଥିବା ୬ରୁ ୭ ଫୁଟ୍ ଗଭୀର ଶୁଖିଲା କୂଅରେ ଗଳି ପଡ଼ିଥିଲେ। ବୁଧବାର ବଗିଚା ମାଲିକ କୂଅରେ ଭାଲୁ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଆମ୍ବ ବଗିଚାରେ ପହଞ୍ଚି ମାଆ ଓ ୩ ଛୁଆ ଭାଲୁଙ୍କୁ ଉଦ୍ଧାର କରିଥିଲେ। ପାଖାପାଖି ୩ ଘଣ୍ଟାର ଅପରେସନ୍ ପରେ ଭାଲୁମାନଙ୍କୁ ସୁରକ୍ଷିତ ଭାବେ କୂଅ ଭିତରୁ ଉଦ୍ଧାର କରାଯାଇଛି।