କେନ୍ଦୁଝର: ଅଟୋ- ଟ୍ରଲର ଧକ୍କା, ୪ ମୃତ, ୫ ଗୁରୁତର

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ବାଂଶପାଣି ବ୍ଲକ୍‌ ଶୁଆକାଟି ନିକଟସ୍ଥ ଦଅଁଳା ଗ୍ରାମର ୯ ଜଣ ଏକ ଅଟୋ ଯୋଗେ କେନ୍ଦୁଝର ଆସୁଥିବା ବେଳେ ଦଙ୍ଗାପାଣି ଘାଟି ନିକଟରେ ଏକ ଟ୍ରଲ୍‌ର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୫ ଜଣଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର