କେନ୍ଦୁଝର: ସତ୍‌ସଙ୍ଗ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା କାର, ୪ ମୃତ, ଜଣେ ଗୁରୁତର

କେନ୍ଦୁଝର: ଗତକାଲି ବିଳମ୍ବିତ ରାତିରେ  ସତ୍‌ସଙ୍ଗ ଉତ୍ସବ ସାରି କାର ଯୋଗେ କେନ୍ଦୁଝରକୁ ଫେରୁଥିବା ବେଳେ କାରଟି ଏକ ଗଛରେ ପିଟି ହୋଇଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଘଟିଛି।


ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ମାଇନିଂ କଲେଜର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡ଼ା, ୍‌ ଚୈତନ୍ୟ ପ୍ରସାଦ ସାହୁ, ପ୍ରଶାନ୍ତ କୁମାର ପାତ୍ର ,ରାଜେଶ କୁମାର ଗୁରୁ ଓ କଳ୍ପତରୁ ତୀର୍ଥବାସୀ ପରିଡ଼ାଙ୍କ ପୁଅ କମଳାକ୍ଷ ପରିଡ଼ା ପ୍ରମୁଖ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଠାକୁର ଅନୁକୁଳଚନ୍ଦ୍ରଙ୍କ ଏକ ସତ୍‌ସଙ୍ଗ ଉତ୍ସବରେ ଯୋଗ ଦେଇ କାର ଯୋଗେ ରାତି ପ୍ରୟ ସାଢ଼େ ୧୨ଟା ବେଳେ ଘରକୁ ଫେରୁଥିଲେ। କାର ଚଳାଉଥିଲେ କମଳାକ୍ଷ ପରିଡ଼ା। ତେବେ ଗାଡ଼ିଟି ନିଛାଟିଆ ରାସ୍ତାରେ ଦୃତଗତିରେ ଯାଉଥିବା ବେଳେ ହଠାତ କମଳାକ୍ଷଙ୍କ ଆଖି ଲାଗିଯିବାରୁ କାରଟି ଭାରସାମ୍ୟ ହରାଇ ଏକ ଗଛ ଦେହରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କେନ୍ଦୁଝର ମାଇନିଂ କଲେଜର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡ଼ା, ୍‌ ଚୈତନ୍ୟ ପ୍ରସାଦ ସାହୁ, ପ୍ରଶାନ୍ତ କୁମାର ପାତ୍ର ,ରାଜେଶ କୁମାର ଗୁରୁଙ୍କର ମୃତ୍ୟୁ ଘଟିଥିଲା। ତେବେ ଗୁରୁତର ଆହତ କମଳାକ୍ଷ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କର ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ। ଆମ୍ବୁଲାନ୍ସର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିି ମୃତାହତମାଦନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଥିବା କମଳାକ୍ଷ ପରିଡ଼ାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର