ଅନୁଗୁଳ: ବୋରୱେଲ ଭିତରକୁ ଖସି ପଡ଼ିଛି ଶିଶୁ, ଶୁଭୁଛି କେବଳ ରାଧାର କାନ୍ଦଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଗୋଳାସର ଗ୍ରାମର ଜଣେ ୪ ବର୍ଷୀୟା ଝିଅ ଏକ ମୁହଁ ଖୋଲା ଥିବା ବୋରୱେଲ ମଧ୍ୟରେ ଖସିପଡ଼ିଛି। ଖବର ପାଇ ବାମୁର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୁନି ଝିଅଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସନ୍ତୋଷ ସାହୁଙ୍କ ୪ ବର୍ଷର ଝିଅ ରାଧା ଖେଳୁଥିବା ବେଳେ ଅକସ୍ମାତ ସେଠାରେ ଖୋଳାଯାଇଥିବା ଏକ ବୋରୋେଓ୍ଵଲ ଭିତରକୁ ଖସିପଡ଼ିଥିଲେ। ତାଙ୍କ ଘର ଲୋକ ବହୁ ଖୋଜାଖୋଜି ପରେ ଜାଣିବାକୁ ପାଇଥିଲେ କି ଝିଅ ବୋରୱେଲ ଭିତରେ ପଡ଼ିଯାଇଛି।  ଗ୍ରାମର ଲୋକେ ଏହା ଜାଣିଥିଲେ ମଧ୍ୟ ରାଧାକୁ ଉଦ୍ଧାର କରି ପାରି ନ ଥିଲେ। କାରଣ ପ୍ରାୟ ୫୦/୬୦ ଫୁଟ ତଳକୁ ରାଧା ଖସିଯାଇଥିଲା। ସେଠାରୁ ରାଧାଙ୍କର କେବଳ କାନ୍ଦ ଶୁଣାଯାଉଛିି। ଗ୍ରାମବାସୀ ରାଧାଙ୍କୁ ଉଦ୍ଧାର କରିବା ପାଇଁ କୌଣସି କୂଳକିନାରା ନ ପାଇବାରୁ ଦମକଳବାହିନୀଙ୍କୁ ଖବର ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର