ହାଇଦ୍ରାବାଦରେ ଫସିଛନ୍ତି କଳାହାଣ୍ଡିର ୪୦ଜଣ ଦାଦନ ଶ୍ରମିକ,  ୩ଟି ରକ୍ତ ନମୁନା ନେଗେଟିଭ ବାହାରିଲା

କଳାହାଣ୍ଡି ଜିଲ୍ଲାରେ ୯୨ଟି ପଞ୍ଚାୟତରେ ୧୦୫୫ଜଣଙ୍କୁ ଦିଆଗଲା ରନ୍ଧା ଖାଦ୍ୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ଲକଡାଉନ ଯୋଗୁଁ ହାଇଦ୍ରାବାଦରେ ଅଟକି ରହିଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର ଓ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଜିଲ୍ଲାର ସୀମାନ୍ତବର୍ତ୍ତି ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା, ଛତିଶଗଡ଼, ସୀମାନ୍ତରେ ଆନ୍ତ ରାଜ୍ୟ ଓ ଆନ୍ତ ଜିଲ୍ଲା ସୀମାନ୍ତରେ ସିଲ କରିଦିଆଯାଇଛି। ଜିଲ୍ଲାର ୩୯୦ଟି କେନ୍ଦ୍ରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି ।
ରାଜ୍ୟ  ଓ ଦେଶ ବହାରୁ ଆସିଥିବା ଏବଂ ସଙ୍ଗରୋଧରେ ଥିବା ଲୋକମାନଙ୍କ ଉପରେ କଡା ନଜର ରଖା ଯାଇଛି। ଆସନ୍ତାକାଲି ୫ଟି ରକ୍ତ ସ୍ୱାପ ପରୀକ୍ଷଣ ପାଇଁ ଭୁବନେଶ୍ବରକୁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ପୂର୍ବରୁ ୩ଟି ନମୁନା ପଠାଯାଇଛି। ଆଜି ଜିଲ୍ଲାର ୩୧୦ ପଞ୍ଚାୟତ ମଧ୍ୟରୁ ୯୨ଟି ପଞ୍ଚାୟତରେ ୧ହଜାର ୫୫ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଧର୍ମଗଡ଼ ବ୍ଲକର ୭ଟି ପଞ୍ଚାୟତରେ ୮୯ଜଣ, ଜୟପାଟଣା ବ୍ଳକରେ ଗୋଟିଏ ପଞ୍ଚାୟତରେ ୧୮ଜଣ, ଜୁନାଗଡ଼ ବ୍ଲକର ୩୪ଟି ପଞ୍ଚାୟତରେ ୨୦୮ ଜଣ, କଲମପୁର ବ୍ଲକରେ ୫ଟି ପଞ୍ଚାୟତରେ ୬୭ଜଣ, କେସିଙ୍ଗା ବ୍ଲକର ୬ଟି ପଞ୍ଚାୟତ ରେ ୩୧୬ଜଣ, କୋକସରା ବ୍ଲକର ୧୧ଟି ପଞ୍ଚାୟତ ରେ ୬୮ଜଣ, ଲାଞ୍ଜିଗଡ଼ ବ୍ଲକର ୨ଟି ପଞ୍ଚାୟତରେ ୧୨ଜଣ, ମଦନପୁର ରାମପୁର ବ୍ଲକର ୧୯ଟି ପଞ୍ଚାୟତ ରେ ୨୧୭ଜଣ, ନର୍ଲା ବ୍ଲକ ର ୭ଟି ପଞ୍ଚାୟତ ରେ ୬୦ଜଣ ସମେତ ବିଭିନ୍ନ ୧୦୫୫ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ଜିଲ୍ଳା ପ୍ରଶାସନ ସୁତ୍ରରୁ ପ୍ରକାଶ।
କଳାହାଣ୍ଡି ଜିଲ୍ଲାର ଗାଁରୁ ସହର ଲକଡାଉନ ଯୋଗୁଁ ଶୁନଶାନ ହୋଇପଡିଛି। ଧର୍ମଗଡ଼ ବ୍ଲକର ରଇନଗୁଡା ଠାରେ ଗ୍ରାମବାସୀମାନେ ରାସ୍ତା ସିଲ କରିଛନ୍ତି । ସେହିଭଳି ଜିଲ୍ଲାର ବହୁ ସ୍ଥାନରେ ଗ୍ରାମବାସୀମାନେ ଗାଁ ସୀମାକୁ ସିଲ କରିଥିବା ଦେଖିବାକୁ ମିଳିଛି । ଗତ କାଲି ପଠା ଯାଇଥିବା ୩ଟି ରକ୍ତ ନମୂନା ରିପୋର୍ଟ ନେଗେଟିଭ ବାହାରିଥିବା ଜଣାପଡ଼ିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।
ସମ୍ବନ୍ଧିତ ଖବର