ଘରକୁ ଫେରିବେ ୪୨ ହଜାର ଅନ୍ତେବାସୀ, ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ୩ ମାସର ଖର୍ଚ୍ଚ ସହିତ ଘରକୁ ଯିବେ

ନବରଙ୍ଗପୁର: ମଙ୍ଗଳ ବିଭାଗ ଅଧିନରେ ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନେ ସ୍କୁଲରେ ରିହିବା ପାଇଁ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ଏବେ କରୋନାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଅନ୍ତେବାସୀଙ୍କୁ ଘରକୁ ଛାଡିବା ପାଇଁ ନିଷ୍ପତି ହୋଇଛି` ସମସ୍ତ ଅନ୍ତେବାସୀ ଆସନ୍ତା ୨୫ ତାରିଖ ସୁଦ୍ଧା ୩ ମାସର ଖର୍ଚ୍ଚ ସହିତ ଘରକୁ ଫେରାଇବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି।

ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାମଙ୍ଗଳ ବିଭାଗ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାପାଳ କହିଥିଲେ, କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନଙ୍କୁ ସେମାନଙ୍କ ଘରକୁ ଛାଡିବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ସେମାନଙ୍କ ପରିଷ୍କାର ପରିଛନ୍ନତା ବଜାୟ ରଖିବା ପାଇଁ ଛାତ୍ରୀମାନଙ୍କୁ ଜଣକ ପିଛା ୮ଶହ ଏବଂ ଛାତ୍ର ପିଛା ୭୫୦ ଟଙ୍କା ଦେବା ପାଇଁ ନିଷ୍ପତି ହୋଇଛି।

୨୩ ତାରିଖରୁ ପର୍ଯ୍ୟାୟ କ୍ରମେ ଅନ୍ତେବାସୀମାନେ ସେମାନଙ୍କ ଘରକୁ ଫେରିବେ। ଅଭିଭାବକମାନଙ୍କୁ ନଗଦ ଟଙ୍କା ଆକାରରେ ୩ ମାସର ଅର୍ଥ ଦିଆଯିବ। ନବରଙ୍ଗପୁର ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୮୮ ଗୋଟି ସେବାଶ୍ରମ ବିଦ୍ୟାଳୟରେ ୨୮ ହଜାର ଅନ୍ତେବାସୀ ରହୁଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୪୭ ଗୋଟି ବିଦ୍ୟାଳୟରେ ୧୪ ହଜାର ଅନ୍ତେବାସୀ ଏହିପରି ଭାବେ ମୋଟ ପ୍ରାୟ ୪୨ ହଜାର ଅନ୍ତେବାସୀ ବିଭିନ୍ନ ଛାତ୍ରାବାସରେ ରହୁଛନ୍ତି।

ସମ୍ବନ୍ଧିତ ଖବର