ଡେରାବିଶ: ଟ୍ରକ୍‌କୁ ପଛରୁ ପିଟିଲା କାର, ୫ ମୃତ, ଜଣେ ଗୁରୁତର

ଡେରାବିଶ(କେନ୍ଦ୍ରାପଡ଼ା) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍‌ ବ୍ଲକ୍‌ ଅନ୍ତର୍ଗତ ଅଁଳାବାଙ୍କ – ଓଲ୍‌ଡି ରାସ୍ତାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ୍ରଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାପନାନ୍ତର କରାଯାଇଛି। ମୃତାହତମାନେ ଏକ ଡ୍ୟାନ୍ସ ଗ୍ରୁପ୍‌ ସଦସ୍ୟ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଡ୍ୟାନ୍ସ ଗ୍ରୁପ୍‌ର ୬ ଜଣ ସଦସ୍ୟ ଓଡି୩୩ଏସ୮୧୫୪ ନମ୍ବର ବିଶ୍‌ିଷ୍ଟ ଏକ କ୍ୱିଡ୍‌ କାର ଯୋଗେ ପାଣିକୋଇଲିରୁ କେନ୍ଦ୍ରାପଡ଼ାକୁ ଫେରୁଥିଲେ। ସେମାନେ ଅଁଳାବାଙ୍କ- ଓଲ୍ଡି ରାସ୍ତାରେ ଥିବା ଏକ େଓ୍ଵ ବ୍ରିଜ୍‌ ନିକଟରେ ଯାଉଥିବା ବେଳେ ରାସ୍ତା କଡ଼ରେ ରଖାଯାଇଥିିବା ଏକ ଟ୍ରକ୍‌କୁ ଅତି ଦୃତ ଗତିରେ ଯାଇ ପଛରୁ ଧକ୍କା ଦେଇଥିଲା। ସୂଚନା ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଉଦ୍‌ଦାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ଜଣଙ୍କ ର ମୃତ୍ୟୁ ଘଟିଥିଲା। ସମସ୍ତ ଯାତ୍ରୀ କାର ଭିତରେ ଚାପି ହୋଇ ରହି ଯାଇଥିଲେ। କାର କାଟି ଉଦ୍ଧାର କଲା ବେଳକୁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ଜଣେ ଯୁବକଙ୍କ ଜୀବନ ଥିବା ଜଣାପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
(ଏହା ଏକ ଚଳନ୍ତି ଘଟଣା, ଅଧିକ ବିବରଣୀ ଅପେକ୍ଷା କରାଯାଇଛି))

ସମ୍ବନ୍ଧିତ ଖବର