ହଷ୍ଟେଲରେ ଶୋଇଥିଲେ ଛାତ୍ରୀ, ହଠାତ୍‌ ନିଦ ଭାଙ୍ଗିଲା ବେଳକୁ ବିଛଣାରେ ଥିଲା ନାଗ ସାପ, ତା’ପରେ ଘଟିଲା ଏମିତି ଘଟଣା

ମୟୁରଭଞ୍ଜ: ମୟୁରଭଞ୍ଜର ଏକ ଛାତ୍ରୀନିବାସରୁ ଏକ ୫ ଫୁଟ ଲମ୍ବା ନାଗ ସାପ ଉଦ୍ଧାର କରାଯାଇଛି। ହଷ୍ଟେଲ ରୁମରେ ଜଣେ ଛାତ୍ରୀ ଶୋଇଥିବା ସମୟରେ ତାଙ୍କ ଅଜଣାତରେ ବିଛଣାରେ ଏକ ନାଗ ସାପ ଶୋଇ ରହିଥିବା ଛାତ୍ରୀଙ୍କ ଜଣେ ବନ୍ଧୁ ଦେଖିବାକୁ ପାଇଥିଲେ। ସାପକୁ ଦେଖି ଛାତ୍ରୀମାନେଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଫରେ ସମସ୍ତ ଛାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହରକୁ ଅଣାଯାଇଥିଲା।

ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଅଞ୍ଚଳରେ ଥିବା ଏକ ଛାତ୍ରୀ ନିବାସ କକ୍ଷରୁ ଗତ ରବିବାର ଦିନ ଏକ ୫ ଫୁଟର ନାଗ ସାପ ଉଦ୍ଧାର କରାଯାଇଛି। ହଷ୍ଟେଲ ରୁମରେ ଜଣେ ଛାତ୍ରୀ ଶୋଇଥିବା ସମୟରେ ତାଙ୍କ ଅଜାଣତରେ ଏକ ନାଗ ସାପ ତାଙ୍କ ବିଛଣାରେ ଆସି ଶୋଇ ରହିଥିଲା । ତେବେ କୌସଣି କାରଣରୁ ତାଙ୍କର ଜଣେ ସାଙ୍ଗ ସେହି ରୁମକୁ ଯାଇଥିଲେ ଏବଂ ତାଙ୍କ ବନ୍ଧୁଙ୍କ ପାଖରେ ଏକ ସାପ ଶୋଇଥିବାର ଦେଖିଥିଲେ। ଭୟଭୀତ ହୋଇ କ’ଣ କରିବେ କିଛି ଜାଣି ପାରି ନଥିଲେ। ପରେ ମନକୁ ଦୃଢ଼ କରି ତିଳେ ତାଙ୍କ ସାଙ୍ଗକୁ ସେଠାରୁ ସୁରକ୍ଷିତ ଅବସ୍ଥାରେ ବାହାର କରି ଆଣିଥିଲେ ଏବଂ ହଷ୍ଟେଲ କର୍ମଚାରୀଙ୍କୁ ଏନେଇ ଖବର କରିଥିଲେ । ହଷ୍ଟେଲ କର୍ମଚାରୀ ସାପ ଉଦ୍ଧାରକାରୀଙ୍କୁ କଲ୍‌ କରି ଡକିବା ପରେ ସ୍ନେକ ହେଲ୍‌ପଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ସାପକୁ ଜଙ୍ଗଲରେ ଛାଡି ଦେଇଥିଲେ।

ତେବେ ସ୍ନେକ ହେଲ୍‌ପଲାଇନର ସଦସ୍ୟଙ୍କ କହିବା ଅନୁସାରେ, ସାପ ବିନା କାରଣରେ କାହାକୁ କ୍ଷତି ପହଞ୍ଚାଇ ନଥାଏ । ସାପକୁ ଆଘାତ କଲେ କିମ୍ବା ସାପକୁ କୈଣସି କାରଣରୁ ଡରାଇ ଦେଲେ ସାପ ଅନ୍ୟଙ୍କ ଉପରକୁ ଆକ୍ରମଣ କରିଥାଏ ।

ସମ୍ବନ୍ଧିତ ଖବର