ଖଡ଼ିଆଳ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ଯୁଗ୍ମ ସଚିବ

ଖଡ଼ିଆଳ: ୫-ଟି ଯୁଗ୍ମ ସଚିବ ସୁଶାନ୍ତ କୁମାର ସ୍ୱାଇଁ ଶନିବାର ନୂଆପଡା ଜିଲ୍ଲାର ଖଡ଼ିଆଳ ସରକାରୀ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ପରେ ସେ ଏଠାରେ ଥିବା ସମସ୍ୟା ପ୍ରତି ଦୃଷ୍ଟି ଦେଇଛନ୍ତି। ଯୁଗ୍ମ ସଚିବ ଶ୍ରୀ ସ୍ୱାଇଁ ରକ୍ତଭଣ୍ଡାର, ଡିଜିଟାଲ ଏକ୍ସରେ ମେସିନ୍‌ ଦେଖିବା ସହିତ ଅନ୍ୟାନ୍ୟ ସମସ୍ୟା ପ୍ରତି ଅବଗତ ହୋଇଛନ୍ତି।

ପୂର୍ବରୁ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟରୁ ବାଟମାରଣା, ଗର୍ଭବତୀ ମହିଳାମାନଙ୍କୁ ଟଙ୍କା ମାଗିବା ନେଇ ଅଭିଯୋଗ ହୋଇଥିଲା। ଏହି ସବୁ ସମସ୍ୟା ନେଇ ଦଳିତ ଅଧିକାର ମଞ୍ଚର ଜିଲ୍ଲା ସଭାପତି କମଲ ଚରଣ ତାଣ୍ଡି ୫-ଟି ଯୁଗ୍ମ ସଚିବ ଶ୍ରୀ ସ୍ୱାଇଁଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ସଚିବ ଘଟଣାର ତଦନ୍ତ କରି ଏହି କାମରେ ଜଡ଼ିତ ଥିବା ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ଶ୍ରୀ ସ୍ୱାଇଁ ରୋଗୀଙ୍କ ସୁବିଧା ତଥା ସ୍ୱାସ୍ଥ୍ୟସେବା ପାଇଁ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଉପରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର