୫୪ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଅନଲାଇନ୍ ଠକେଇର ଶିକାର ହେଲେ ଯୁବକ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରି ଗ୍ରାମର ଜଣେ ଯୁବକ ଅନ ଲାଇନ ଠକେଇର ଶିକାର ହୋଇଥିବା ନେଇ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଯୁବକ ଜଣକ ପାତ୍ରି ଗ୍ରାମର ମୁରଲୀ ନାୟକ ହୋଇଥିବା ବେଳେ ତା ନିକଟରୁ ଅନ ଲାଇନ ରେ ୫୪ ହଜାର ୯୯୮ ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରି ଗ୍ରାମର ମୁରଲୀ ନାୟକ ଆନ୍ଧ୍ର ବ୍ୟାଙ୍କ୍ ମାଧ୍ୟମରେ ଏକ ଡିଜିଟାଲ ବ୍ୟାଙ୍କ୍ ଚଳାଇଛନ୍ତି । ଗତ ୧୦ ତାରିଖ ଦିନ କୌଣସି କାରଣରୁ ଡିଜିଟାଲ ସେବା କାର୍ଯ୍ୟ ନ କରିବାରୁ ସେ ଗ୍ରାମୀଣ ସେବା କେନ୍ଦ୍ରର ସହାୟତା ଲୋଡ଼ିଥିଲେ। ଏଥିରେ ଏନି ଡିସ୍କ ୯ ଗୋଟି ନମ୍ୱର୍ ବିଶିଷ୍ଟ ଡାଉନ୍ ଲୋଡ୍ କରିବାକୁ ମୁରଲୀ ନାୟକକୁ ନିର୍ଦ୍ଦେଶ ଆସିଥିଲା। ଡାଉନ୍ ଲୋଡ୍ ପରେ ଆନ୍ଧ୍ର ଏଟିଏମର ଉଭୟ ପାର୍ଶ୍ଵରେ ଥିବା ୧୬ ଅଙ୍କ ବିଶିଷ୍ଟ ନମ୍ୱର୍ ମାଗିଥିଲେ, ଯାହା ମୁରଲୀ ଅଜାଣତରେ ଦେଇ ଦେଇଥିଲେ। ଯାହାର ସୁଯୋଗ ନେଇ ସାଇବର ଅପରାଧୀ ମୁରଲୀ ନାୟକଙ୍କ ଆନ୍ଧ୍ର ବ୍ୟାଙ୍କ୍ ଆକାଉଣ୍ଟରୁ ୧୦ ତାରିଖ ରବିବାର ଦିନ ପର୍ଯ୍ୟାୟ କ୍ରମେ ୪ ଥର ଟଙ୍କା ଉଠାଣ କରି ୫୪ ହଜାର ୯୯୮ ଟଙ୍କା କାଢି ନେଇଥିଲା।

ସମ୍ବନ୍ଧିତ ଖବର