ସୁନ୍ଦରଗଡ଼: ବାରାହା ମାଂସ ଜବତ, ୬ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ରାହୁଲଡେଗା ସେକ୍ସନର କରୁଆବାହଲ ଗାଁରେ ବାରହା ଶିକାର ଓ ଏହାର ମାଂସକୁ ନିଜ ମଧ୍ୟରେ ବାଣ୍ଟି ନେଇଥିବା ୬ଜଣଙ୍କୁ ବନବିଭାଗ ଗିରଫ କରିଛି। ବନବିଭାଗ ୬ କେଜି ରନ୍ଧା ମାଂସ ସହିତ କିଛି କଞ୍ଚା ମାଂସ ମଧ୍ୟ ଜବତ କରିଛି। ଏହି ଘଟଣାରେ ବନ ବିଭାଗ କରୁଆବାହାଲ ଗାଁର ଯୋଗେଶ୍ୱର ସାଏ, ଶବର ସାଏ,, ଲୋହାନ ରାମ, ସୁରତ ଏକ୍‌କା, ଧନେଶ୍ୱର ସୁଆରି ଓ ବିଦ୍ୟାସାଗର ସାଏଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର