ବେଲଘର: ୬ ଟି ଗାଡ଼ି ପୋଡ଼ି ଦେଲେ ମାଓବାଦୀ

ତୁମୁଡ଼ିବନ୍ଧ :  ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଦେଶୁଘାଟିରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ମାଓବାଦୀମାନେ ରାସ୍ତା ଓ ବ୍ରିଜ କାମ କରୁଥିବା ଠିକା ସଂସ୍ଥାର କାମ୍ପରେ ପଶି ଜେସିବି, ହିିଟାଚି, ମିକ୍ସର ଓ ଟ୍ରାକଟର ଆଦି ୬ଟି ଗାଡ଼ି ପୋଡ଼ି ଦେବା ସହିତ ତୁରନ୍ତ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତିି।


ମାଓବାଦୀମାନେ ସେଠାରେ ମାରିଥିବା ପୋଷ୍ଟରରେ ଦର୍ଶାଇଛନ୍ତି ଯେ ଗରିବ ଆଦିବାସୀମାନଙ୍କୁ ବିସ୍ଥାପିତ କରିବା ସହିତ ପ୍ରାକୃତିକ ସମ୍ପଦ ଓ ଖଣିଜ ପଦାର୍ଥ ଳୁଟ୍‌ ପାଇଁ ଏହି ରାସ୍ତା ଓ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ କରାଯାଉଛିି। ଏଥିରେ ସ୍ଥାନୀୟ ଆଦିବାସୀମାନଙ୍କର କିଛି ଲାଭ ହେବ ନାହିଁ। ତେଣୁ ତୁରନ୍ତ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଧମକ ଦେଇଛନ୍ତି ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ୨୦ରୁ ଉର୍ଧ୍ୱ ମାଓବାଦୀ ଦେଶୁଘାଟିରେ ଥିବା ବି କେ ଡି କନ୍‌ଷ୍ଟ୍ରକସନ୍‌ ସଂସ୍ଥା ପରିସରରେ ପଶି କର୍ମଚାରୀମାନଙ୍କୁ ମାଡ଼ ମାରି ସେଠାରେ ଥିବା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି, ନିର୍ମାଣ ଯନ୍ତ୍ରପାତିକୁ ପୋଡ଼ି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର