ବିଶାଖାପାଟଣାରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲାର ୬୦ଜଣ ଶ୍ରମିକ

୬ଟି ରାସ୍ତା କଡ଼ର ଢ଼ାବା ଖୋଲିବା ପାଇଁ ଜିଲ୍ଲାପାଳଙ୍କ ଅନୁମତି, ଭବାନୀପାଟଣାରେ ସାପ୍ତାହିକ ହାଟକୁ ରୋକି ପାରିଲାନି ପ୍ରଶାସନ

ଭବାନୀପାଟଣା: କରୋନା ମହାମାରୀକୁ ନେଇ ବିଶ୍ୱ ଥରହର ହେଉଥିବା ବେଳେ ଏହି ମହାମାରୀ ଠାରୁ ଜିତିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆହ୍ବାନ ଦିଆଯାଇଥିବା ୨୧ ଦିନିଆ ଲକଡାଉନ ପାଳନ  କରିଛନ୍ତି। ଆଜି ଲକଡାଉନକୁ ୪ ଦିନ ବିତିଥିଲେ ମଧ୍ୟ ଭବାନୀପାଟଣା ସହରର ଲୋକେ ବହୁ ସ୍ଥାନରେ ଏହା ମାନିନଥିବା ଦେଖିବାକୁ ମିଳିଥିଲା ।ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ସପ୍ତହିକ ବଜାରକୁ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି ।
ଲୋକେ ଏହି ନିୟମ ମାନିବାକୁ ଲୋକେ ନାରାଜ ଥିବା ଦେଖିବାକୁ ମିଳିଥିଲା।  ସାମାଜିକ ଦୂରତ୍ୱ କୁ ଉଲଘଂନ କରି ସାପ୍ତାହିକ ବଜାରରେ ପୁଲିସ ଉପସ୍ଥିତିରେ ଭିଡ଼ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଜିଲ୍ଲାର ୬୦ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ପରୱାଡ଼ା ଫାର୍ମାସିଟିର ଚିନାତାଡି ଗ୍ରାମରେ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲାର ୬୦ଜଣ ଶ୍ରମିକ ଲକଡାଉନ ଯୋଗୁଁ ଫସି ରହିଛନ୍ତି । କାମଧନ୍ଦା ଅଭାବ ଓ ଅର୍ଥ ନ ଥିବା ଯୋଗୁଁ ଭୋକ ଉପାସରେ ଅଟକି ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ ଡ୍ରାଇଭର ମାନଙ୍କ ଖାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଜିଲ୍ଲାର କେସିଙ୍ଗା ବ୍ଳକର ଚାଂଚେର ଢ଼ାବା, ଜୁନାଗଡ଼ ନିକଟ ଗୋବିନ୍ଦ ଢ଼ାବା, ବନ୍ଦୋପଲା ନିକଟ ସରକାରୀ ଇଂଜିନିୟରିଂ କଲେଜ ନିକଟ ଡିଙ୍ଗଡ଼ଙ୍ଗ ଢ଼ାବା, କୋକସରା ନିକଟ ଅନାରକଲି ଢ଼ାବା, ତେଲନଦୀ ନିକଟ ସେଂପୁର ପୁଲସ୍ତି ଢ଼ାବା ଓ ବିଶ୍ଵନାଥ ପୁର ରାସ୍ତାରେ ଶାନ୍ତପୁର ନିକଟସ୍ଥ ଵଂଜାରି ଢ଼ାବା ସମତେ ୬ଟି ଢ଼ାବା ଖୋଲିବା ନିମନ୍ତେ ଜିଲ୍ଲାପାଳ ଆଜି ଅନୁମତି ଦେଇଛନ୍ତି । ଏହି ଢ଼ାବା ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିଥିବା ଡ୍ରାଇଭରମାନେ ଖାଇ ପାରିବେ ।
ଅନ୍ୟମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା କରୋନା ସଂକ୍ରମଣ ମୁକାବିଲା ପାଇଁ ନିଜ ୫ ମାସ ଦରମାରୁ ୨୫ହଜାର ମାସ୍କ ଓ ୨୫୦ଟି ଛୋଟ ସାନିଟାଇଜର ଏବଂ ୧୦୦ଲିଟର ବଡ଼ ସାନିଟାଇଜର ଜାର ସିଡିଏମଓ ଡ଼ା. ଜଗୁଲାଲ ଅଗ୍ରୱାଲଙ୍କୁ ପ୍ରଦାନ କରିଛନ୍ତି । ସାଂସଦଙ୍କ ଏହି ଗସ୍ତ ବେଳେ ସାମାଜିକ ଦୂରତ୍ୱକୁ ଖୋଲା ଖୋଲି ଉଲଂଘନ କରିଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲାରୁ ଗତକାଲି ୩ଟି ସ୍ୱାବ ଭୁବନେଶ୍ୱରକୁ ପରୀକ୍ଷା ନିମନ୍ତେ ପଠାଯାଇଛି । ଆସନ୍ତା ସୋମବାର ଦିନ ଏହାର ପରୀକ୍ଷଣ ରିପୋର୍ଟ ଆସିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।
ସମ୍ବନ୍ଧିତ ଖବର