ଉଲୁଣ୍ଡା: ତୀର୍ଥ ବୁଲିବାକୁୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ସର୍ବମୋଟ ୬୦ଜଣ ଶ୍ରଦ୍ଧାଳୁ ଉତ୍ତର ପ୍ରଦେଶର ବୃନ୍ଦାବନ ଓ ମଥୁରାରେ ଅଟକି ଯାଇଛନ୍ତି। ତୀର୍ଥଯାତ୍ରୀଙ୍କ ମଧ୍ୟରେ ୨୮ ଜଣ ମହିଳା ଶ୍ରଦ୍ଧାଳୁ ସାମିଲ ଅଛନ୍ତି। କୋରୋନା ଭାଇରସ ଯୋଗୁଁ ଉତ୍ତର ପ୍ରଦେଶ ସମତେ ପୂରା ଭାତର ଲକ୍ଡାଉନ୍ ଥିବାରୁ ସେମାନେ ଓଡିଶାକୁ ଫେରି ପାରୁ ନାହାନ୍ତି ।
ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖମାର ମଠର ବାବା ନିତ୍ୟ ଗୋପାଳ ଦାଶ, ଭିକାରୀ ମେହେର, ବ୍ରହ୍ମକ୍ଷାନନ୍ଦ ପାଣିଗ୍ରାହୀ, ଖେଳାକୃଷ୍ଣ ଦାଶ ଓ ବ୍ରହ୍ମନନ୍ଦଜ୍ଞ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶ୍ରଦ୍ଧାଳୁମାନେ ମଥୁରା ଓ ବୃନ୍ଦାବନରେ ଥିବା ତୀର୍ଥ ଦର୍ଶନ କରିବାକୁ ଯାଇଥିଲେ। ଜନତା କର୍ଫ୍ୟୁ ପରେ ପରେ ଉତ୍ତର ପ୍ରଦେଶରେ ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିବାରୁ ଓଡ଼ିଆ ଶ୍ରଦ୍ଧାଳୁମାନେ ମଥୁରା ଓ ବୃନ୍ଦାବନରୁ ଆସିପାରି ନାହାନ୍ତି। ଓଡ଼ିଶା ଆସିବା ପାଇଁ ସେମାନେ ସେଠାରେ ସ୍ଥାନୀୟ ପୁଲିସ ପାଖକୁ ଯାଇଥିଲେ। କିନ୍ତୁ ଓଡ଼ିଆ ଲୋକଙ୍କୁ ଉତ୍ତର ପ୍ରଦେଶ ପୁଲିସ ଠିକ ଭାବେ ବ୍ୟବହାର କରିନାହିଁ।
ଏମାନଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ହାତରେ ଟଙ୍କା ନଥିବାରୁ ସେମାନଙ୍କୁ ଏବେ ଖାଇବା-ପିଇବା ମଧ୍ୟ ବହୁ ଅସୁବିଧା ହେଉଥିବା ଫୋନ୍ ଯୋଗେ କହିଛନ୍ତି। କୋଟସମଲାଇର ଶ୍ରୀରାମ ପଣ୍ଡା ଆମ ‘ସମ୍ବାଦ’ ପ୍ରତିନିଧିଙ୍କୁ ଫୋନ କରି କହିଥିଲେ । ଦେବଗଡ଼ ଜିଲ୍ଲାର ୧୦ଜଣ, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଂଚଳର ୨୫ଜଣ, ବିନିକା ବ୍ଲକର ୫ଜଣ, ଉଲୁଣ୍ଡା ବ୍ଲକର ୧୦ଜଣ ଓ ବୌଦ୍ଧର ୭ଜଣ ଅଛନ୍ତି। ସେମାନେ କିପରି ଓଡିଶାକୁ ଫେରିବେ ବୀରମହାରାଜପୁର ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ମଧ୍ୟ ଜଣାଇଛନ୍ତି। ମନ୍ତ୍ରୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Ulunda.jpg)