୬ ଲକ୍ଷ ଟଙ୍କା ଲୁଟ୍‌!

ନୂଆପଡ଼ା

  1. ନୂଆପଡ଼ା: କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ସୁକୁଲିମୁଣ୍ଡି ଗାଁର ଶିବ ପ୍ରସାଦ ଶବରଙ୍କ ୬ ଲକ୍ଷ ଟଙ୍କା ରହସ୍ୟମୟ ଭାବେ ଲୁଟ୍‌ ହୋଇଯାଇଛି। ଶିବପ୍ରସାଦ ଝିଅ ମଉନାବତୀ ଶବର(୨୦), ପୁଅ କେଶବ ଶବର ଗତ ୧୮ ତାରିଖ ନୂଆପଡା ସ୍ଥିତ ଏକ୍ସିସ ବ୍ୟାଙ୍କରୁ ନିଜ ନିଜ ଅକାଉଣ୍ଟରୁ ୨ଲକ୍ଷ ଲେଖାଁଏ ମୋଟ ୬ ଲକ୍ଷ ଟଙ୍କା ଉଠାଇଥିଲେ। ଉଠାଣ ପରେ ଗାଁର ଦୟା ବିଶି ଏବଂ ରୁପିନ ଶବରଙ୍କ ସହ ବାଇକରେ ବସି ଗାଁକୁ ଯିବାକୁ ବାହାରିଥିଲେ। ସ୍ଥାନୀୟ ଏକତା ଛକ ନିକଟରେ ଗାଡ଼ିରୁ ଓହ୍ଲାଇ ଝିଅ ମଉନାବତୀ ଏକ ଦେକାନରେ ଜଳଖିଆ ଖାଇଥିଲେ। ଘରେ ପହଞ୍ଚି ଡିକି ଖୋଲିବାରୁ ସେଥିରେ ଟଙ୍କା ନଥିଲା। ଗାଡ଼ିର ଡିକି ଭଙ୍ଗା ହୋଇନି କିମ୍ବା ଲକ୍‌ ଖୋଲାଯାଇନି। ଏପରି ସ୍ଥଳେ ଟଙ୍କା କୁଆଡେ ଗଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଶିବ ପ୍ରସାଦ ଏ ନେଇ ନୂଆପଡ଼ା ଥାନାରେ ୧୮ ତାରିଖରେ ଏତଲା ଦାୟର କରିଥିଲେ।
ସମ୍ବନ୍ଧିତ ଖବର