ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ନବରଙ୍ଗପୁର: ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ଆସିଛି। ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୧୨ ବର୍ଷୀୟ ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସପ୍ତମ ଶ୍ରେଣୀର ଛାତ୍ରୀ ପାଠ ପଢିବା ପାଇଁ ଟିକରାପାଲା ବିଦ୍ୟାଳୟକୁ ଯିବାଆସିବା କରୁଥିଲା। ବିଦ୍ୟାଳୟ ଯିବାଆସିବା ସମୟରେ ବିବାହର ପ୍ରଲୋଭନ ଦେଖାଇ ଘୁଷୁରାବେଢା ଗ୍ରାମର ରାଜୀବ ମାଝୀ ସମ୍ପୃକ୍ତ ଝିଅ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଝିଅଟି ସ୍କୁଲ ଯିବା ସମୟରେ ରାଜୀବ ଝିଅକୁ ମିଶି ପ୍ରଲୋଭନ ଦେଖାଉଥିଲା।

ଗତ ୧୫ ଦିନ ତଳେ ଝିଅ ଗର୍ଭବତୀ ଥିବା ଜଣା ପଡିବା ପରେ ପରିବାର ଲୋକେ ସ୍କୁଲ ଯିବା ବନ୍ଦ କରିଦେଇଥିଲେ। ଝିଅକୁ ନ୍ୟାୟ ପ୍ରଦାନ ଲାଗି ପାପଡାହାଣ୍ଡି ଥାନାରେ ନାବଳିକଙ୍କ ମା’ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ରାଜୀବକୁ ଗିରଫ କରିଛି। ବୁଧବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ବୋଲି ପାପଡାହାଣ୍ଡି ଥାନା ଅଧିକାରୀ ଲିମରାଜ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର