ଛାତ୍ରୀଙ୍କୁ ଅସଦାଚରଣ କରିବା ପିଅନ୍‌କୁ ମହଙ୍ଗା ପଡ଼ିଲା, ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷକ ଓ ପିଅନକୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ରେ ଥିବା ଖିରିପଦା ଆଦିବାସୀ ଛାତ୍ରୀ ନିବାସରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲର ପିଅନ୍‌  ଛାତ୍ରୀକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପିଅନକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୁକ୍ତ ପିଅନ ନାମ ରବୀନ୍ଦ୍ର ସାହୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଶନିବାର ଦିନ କମ୍‌ ପିଲା ସ୍କୁଲକୁ ଆସିଥିଲେ। ଏହାର ସୁଯୋଗ ନେଇ ପିଅନ୍‌ ରବୀନ୍ଦ୍ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲା। ଛାତ୍ରୀ ଜଣଙ୍କ ଏହି ଅସଦାଚରଣ ଘଟଣା ବିଷୟରେ ନିଜ ପରିବାରଲୋକଙ୍କୁ ଜଣାଇଥିଲା। ଏହାପରେ ପରିବାରଲୋକ ଗ୍ରାମବାସୀ ଓ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ସୋମବାର ସ୍କୁଲ ଖୋଲିବା ପରେ ଗ୍ରାମବାସୀ ପହଞ୍ଚି ପ୍ରଧାନଶିକ୍ଷକ ଓ ପିଅନ ରବୀନ୍ଦ୍ରଙ୍କୁ ସ୍କୁଲ ଗେଟରେ ବାନ୍ଧି  ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର