ନୀଳଗିରି: ୯ ଫୁଟ୍‌ର ଅହିରାଜ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟ ପାଦଦେଶରେ ଥିବା ଏକ ଚାଷ ଜମିରୁ ୯ ଫୁଟ ଲମ୍ବର ବିଶାଳକାୟ ଅହିରାଜ ( କିଙ୍ଗ କୋବ୍ରା) ସାପକୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭୟାରଣ୍ୟ ପାଦଦେଶରେ ଆସନମଣି ଗାଁର ଜଣେ ଚାଷୀ ନିଜ ଚାଷ ଜମିରେ ଟାଇଚୁଙ୍ଗ୍‌ ଧାନ ଚାଷ କରିଛନ୍ତି ।ସେ ତାଙ୍କ ଧାନ କିଆରି କୁ ଜଙ୍ଗଲୀ ଯନ୍ତୁୁଙ୍କୁ କବଳରୁ ରକ୍ଷା କରିବା ପାଇଁ ଫସଲ ଚାରିପଟେ ଜାଲ ବିଛାଇଛନ୍ତି। ଆଜି ସକାଳେ ସେ ଚାଷ ଜମିକୁ ଯାଇଥିବା ବେଳେ ଜାଲରେ ଏକ ବିରାଟ ଅହିରାଜ ସାପ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ସ୍କୁଲର ଶିକ୍ଷକ ସୁନୀଲ ସିଂହ ଓ ତେଲିପାଲି ଗ୍ରାମର ରାମ ମାଝି ପହଞ୍ଚି ଜାଲରେ ଛନ୍ଦି ହୋଇଯାଇଥିବା ଉକ୍ତ ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ। ପରେ ଏହାକୁ କୁଲଡିହା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନର କରାଯାଇଛିି।

ସମ୍ବନ୍ଧିତ ଖବର