ଭଞ୍ଜନଗର: ଭୟାବହ ଅଗ୍ନିକାଣ୍ଡରେ ଗାଁର ୯୦ ପ୍ରତିଶତ ଘର ପୋଡ଼ି ପାଉଁଶ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗୟାଗଣ୍ଡା ପଞ୍ଚାୟତର ବରପାଲି ଗାଁରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ୯୦ ପ୍ରିତିଶତ ପରିବାରଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଜଗନ୍ନାଥପ୍ରସାଦ, ଦଶପଲ୍ଲା ଓ ଭଞ୍ଜନଗରରୁ ୩ଟି ଦମକଳ ଗାଡ଼ି ପହଞ୍ଚି ପ୍ରାୟ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବରପାଲି ଗାଁରେ ପ୍ରାୟ ୬୨ ପରିବାର ରହିଥାନ୍ତି। ଗତକାଲି ରାତିରେ ଗ୍ରାମବାସୀ ମାନେ ଖାଇ ପଇି ଶୋଇଥିବା ବେଳେ ରାତି ପ୍ରାୟ ସାଢ଼େ ୧୨ଟାରୁ ୧ ଘଣ୍ଟା ମଧ୍ୟରେ ହଠାତ୍‌ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଏହି ନିଅାଁ ସମଗ୍ର ଗାଁକୁ କବଳିତ କରି ନେଇଥିଲା। ଗାଁର ୬୨ଟି ପରିବାର ମଧ୍ୟରୁ ୫୨ଟି ପରିବାରର ଘରଦ୍ୱାର, ଆସବାବପତ୍ର ସହିତ ଧାନ ଚାଉଳ ଓ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ନିଆଁର କରାଳ ଆଁ ଭିତରେ ସ୍ୱାହା ହୋଇଯାଇଥିିଲା। ଲୋକେ ଶୋଇଥିବା କାରଣରୁ କେହି କିଛି ଘରକରଣା ସାମଗ୍ରୀ ଉଦ୍ଧାର କରି ପାରି ନାହାଁନ୍ତି। ଲୋକ ଓ ପିଲାଛୁଆଙ୍କ ବିକଳ ଆର୍ତ୍ତ ଚିତ୍କାର ସମଗ୍ର ପରିବେଶକୁ ଶୋକାଭିଭୂତ କରି ଦେଇଛି।

ସମ୍ବନ୍ଧିତ ଖବର