ମୟୂରଭଂଜ: ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ବାରିପଦା: ଚିକିତ୍ସା ଅବହେଳା ଯୋଗୁଁ ଶୁକ୍ରବାର ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରିଛନ୍ତି। ସୂଚନା ମୁତାବକ ଖୁଣ୍ଟା ଥାନା ଅଧିନ ଘଣ୍ଟିସିଲା ଗ୍ରାମର ଦାଶରଥି ମୁର୍ମୁଙ୍କ ସ୍ତ୍ରୀ ବାଙ୍ଗିଙ୍କୁ ପ୍ରସବ ବେଦନା ହେବାରୁ ଗତ ୧୧ ତାରିଖରେ ବାରିପଦା ମେଡିକାଲ କଲେଜରେ ଭର୍ତି କରାଯାଇଥିଲା। ଅଲ୍‌ଟ୍ରା ସାଉଣ୍ଡ ବେଳେ ତାଙ୍କ ଗର୍ଭରେ ଯାଆଁଳା ସନ୍ତାନ ଥିବା ଜଣା ପଡିଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଗୁରୁବାର ଦିନବେଳେ ତାଙ୍କ ମୃତ୍ୟୁ ହୋଇ ଥିବା ସ୍ୱାମୀ ଦାଶରଥି ଅଭିଯୋଗ କରିଛନ୍ତି।

କ୍ଷତିପୂରଣ ଦାବିରେ ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣା ଦେଇଛନ୍ତି। ତେବେ ଚିକିତ୍ସା ବେଳେ ଡାକ୍ତର ତାଙ୍କୁ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ମେଡିକାଲ ପକ୍ଷରୁ  କାହାର ମତାମତ ମିଳିପାରିନାହିଁ। ରେଡ଼କ୍ରସ ପକ୍ଷରୁ ମୃତକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଦୋଷୀ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସମ୍ବନ୍ଧିତ ଖବର