ଅଫିସର ଅଭାବ ଯୋଗୁଁ ଅକଳରେ ପୁଲିସ, ୬ ଲକ୍ଷ ଲୋକରେ ମାତ୍ର ୬୦ ଅଧିକାରୀ

ଝାରସୁଗୁଡ଼ା (ପ୍ରଶାନ୍ତ କୁମାର ମିଶ୍ର): ଖଣି ଓ ଶିଳ୍ପରେ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଅପରାଧିକ ମାମଲା ସମେତ ବିଭିନ୍ନ ମାମଲା ବହୁଗୁଣରେ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ପୁଲିସ ଅଫିସର ଓ କର୍ମଚାରୀ ନାହାନ୍ତି। ଫଳରେ ଜନସାଧାରଣଙ୍କୁ ଏକ ଶୃଙ୍ଖଳିତ ପୁଲିସ ସେବା ଯୋଗାଇ ଦେବାରେ ଜିଲ୍ଲା ପୁଲିସ ମୁଖ୍ୟ ତଥା‌ ବିଭିନ୍ନ ଥାନା ମୁଖ୍ୟ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ କୋଇଲା ଖଣି, ଶିଳ୍ପ କାରଖାନା, ରେଳ ଜଙ୍କସନ, ବିମାନ ବନ୍ଦର ଥିବା ଯୋଗୁଁ ସେହି ଅନୁସାରେ ଜିଲ୍ଲାର ସହର ମଧ୍ୟ ବୃଦ୍ଧି ପାଇଛି। କୋଇଲା ମାଫିଆଙ୍କ ଯୋଗୁଁ ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳ ସବୁବେଳେ ସମ୍ବେଦନଶୀଳ ହୋଇ ରହୁଛି। ଗ୍ରାମାଞ୍ଚଳରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି। ଜିଲ୍ଲାରେ ଚୋରି, ଡ଼କାୟତି, ରାହାଜାନି, ହତ୍ୟାକାଣ୍ଡ, ଧର୍ଷଣ ତଥା ଗଣ୍ଡଗୋଳ ସହିତ ଦୁର୍ଘଟଣା ଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଖଣିକୁ ନେଇ ପତିଆରା ଲଢ଼େଇ ମଧ୍ୟ ପୁଲିସ ଆଖିରୁ ନିଦ ହଜାଇ ଦେଇଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପୁଲିସରେ ପୁଲିସ ଅଫିସର ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବାରୁ ପୁଲିସ ଜନସାଧାରଣଙ୍କୁ ସେବା ଯୋଗାଇବାରେ ଅକଥନୀୟ  ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।

୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାରେ ମୋଟ ୫ ଲକ୍ଷ ୭୯ ହଜାର ୫୦୫ ଲୋକ ଥିବା ବେଳେ ପୁଲିସ ଇନ୍‌ସପେକ୍ଟର, ସବ-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ ସବ-ଇନ୍‌ସପେକ୍ଟର ସଂଖ୍ୟା ହେଉଛି ମାତ୍ର ୬୦ ଜଣ। ସଂପ୍ରତି ଥାନା ଗୁଡ଼ିକରେ ଅଫିସର ନଥିବା ବେଳେ କାମର ଚାପ ବୃଦ୍ଧି ପାଉଛି। ସଂପ୍ରତି ରାଜ୍ୟ ସରକାର ମୋ ସରକାର ଯୋଜନା ଆରମ୍ଭ କରି ୫ଟି ଉପରେ ପୁଲିସ ବିଭାଗକୁ ସଚେତନ କରାଯାଉଥିବା ବେଳେ ପୁଲିସ ଅଧିକାରୀମାନଙ୍କ ଚାପକୁ କମ କରିବା ନେଇ କୌଣସି ଉଦ୍ୟମ କରାଯାଇ ନାହିଁ। ପୁଲିସ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ତଦନ୍ତ ପ୍ରକ୍ରିୟା, ଟ୍ରାଫିକ ନିୟନ୍ତ୍ରଣ, କାଗଜପତ୍ର ପ୍ରସ୍ତୁତ, କୋର୍ଟ ହାଜର, ସଭା ସମିତିରେ ପୁଲିସ ବ୍ୟବସ୍ଥା, ଭିଭିଆଇପିଙ୍କ ସୁରକ୍ଷା, ଦୁର୍ଘଟଣା ସମୟରେ ଜରୁରୀ ସେବା ପ୍ରଭୃତି ବହୁବିଧ କାର୍ଯ୍ୟରେ ପୁଲିସ ନିୟୋଜିତ ହୋଇଥାଏ। ଅଫିସର ଅଭାବ ବେଳେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଏହି ସବୁ କାମ ତୁଲାଇବା ସମୟରେ ନାକେଦମ ହେଉଥିବା ଦେଖା ଯାଇଛି। ପୁଲିସ ସବୁବେଳେ ଅଧିକ ଚାପଗ୍ରସ୍ତ ହୋଇ କାମ କରୁଥିବା ବେଳେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହା ଜିଲ୍ଲା ପୁଲିସ ପାଇଁ ବଡ଼ ଆହ୍ଵାନ ହୋଇ ଉଭା ହୋଇଛି।

୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାରେ ମୋଟ ୫ ଲକ୍ଷ ୭୯ ହଜାର ୫୦୫ ଲୋକ ଥିବା ବେଳେ ପୁଲିସ ଇନ୍‌ସପେକ୍ଟର, ସବ-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ ସବ-ଇନ୍‌ସପେକ୍ଟର ସଂଖ୍ୟା ହେଉଛି ମାତ୍ର ୬୦ ଜଣ। ପୁଲିସ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ତଦନ୍ତ ପ୍ରକ୍ରିୟା, ଟ୍ରାଫିକ ନିୟନ୍ତ୍ରଣ, କାଗଜପତ୍ର ପ୍ରସ୍ତୁତ, କୋର୍ଟ ହାଜର, ସଭା ସମିତିରେ ପୁଲିସ ବ୍ୟବସ୍ଥା, ଭିଭିଆଇପିଙ୍କ ସୁରକ୍ଷା, ଦୁର୍ଘଟଣା ସମୟରେ ଜରୁରୀ ସେବା ପ୍ରଭୃତି ବହୁବିଧ କାର୍ଯ୍ୟରେ ପୁଲିସ ନିୟୋଜିତ ହୋଇଥାଏ। ଅଫିସର ଅଭାବ ବେଳେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଏହି ସବୁ କାମ ତୁଲାଇବା ସମୟରେ ନାକେଦମ ହେଉଥିବା ଦେଖା ଯାଇଛି।

ଜିଲ୍ଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର ପୁଲିସ ସବଡ଼ିଭିଜନର ଝାରସୁଗୁଡ଼ା ଟାଉନ ଥାନାରେ ୮ ଗୋଟି ଏସ୍‌ଆଇ ସ୍ଥାନରେ ୪ ଜଣ ଥିବା ବେଳେ ୪ ଗୋଟି ପଦବୀ ଖାଲି ପଡ଼ିଛି। ୭ ଜଣ ଏଏସ୍‌ଆଇଙ୍କ ସ୍ଥାନରେ ଅଛନ୍ତି ୫ ଜଣ ଆଉ ୨ ଗୋଟି ପଦବୀ ଖାଲି ରହିଛି। ଝାରସୁଗୁଡ଼ା ଟାଉନ ଥାନା ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ଏଠାରେ ବାର୍ଷିକ ଏକ ହଜାର ମାମଲା ଦାୟାର ହୋଇଥାଏ। ରେଳ ଜଙ୍କସନ୍‌, ଏୟାର ପ‌ୋର୍ଟ, ବୃହତ କାରଖାନା ସହିତ ଜିଲ୍ଲା ମୁଖ୍ୟାଳୟ ହୋଇଥିବା ଦୃଷ୍ଟିରୁ ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତ ସବୁବେଳେ ଦେଖା ଦେଇଥାଏ। ଏଭଳି ପରିସ୍ଥିତିରେ ମାତ୍ର ୭/୮ ଜଣ ଅଫିସରଙ୍କୁ ଉପରେ ସାରା ସହରର ବୋଝ ଲଦି ଦିଆଯିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ।

ଜିଲ୍ଲାର ସବୁ ଥାନାରେ ସମାନ ସ୍ଥିତି ଉପୁଜିଥିବା ଜଣାଯାଇଛି। ଲଇକେରା ଥାନାରେ ମଧ୍ୟ ୪ ଗୋଟି ଏସ୍‌ଆଇ ପଦବୀ ଖାଲି ପଡ଼ିଛି। କୋଲାବିରା ଥାନାରେ ମଧ୍ୟ ୪ ଏସ୍ଆଇ ଓ ୨ ଏଏସ୍‌ଆଇ ପଦବୀ ଖାଲି ଅଛି। ବ୍ରଜରାନଗର ଥାନାରେ ଗୋଟିଏ ଏସ୍‌ଆଇ, ୩ ଗୋଟି ଏଏସ୍‌ଆଇ ପଦବୀ ଖାଲି ପଡ଼ିଛି। ଓରିଏଣ୍ଟ ଥାନାରେ ୨ ଗୋଟି ଏଏସ୍‌ଆଇ ପଦବୀ ଖାଲି ପଡ଼ିଛି। ବେଲପାହାଡ଼ ଥାନାରେ ୪ ଗୋଟି ଏଏସ୍‌ଆଇ ପଦବୀ ଖାଲି ପଡ଼ିଛି। ବନହରପାଲି ଥାନାରେ ଗୋଟିଏ ଏସ୍‌ଆଇ, ଗୋଟିଏ ଏଏସ୍‌ଆଇ ପଦ ଖାଲି ଅଛି।

digitallearning.eletsonline.com

ଲଖନପୁର ଥାନାରେ ୩ ଏଏସ୍‌ଆଇ ପଦ ଖାଲି ଅଛି। ରେଙ୍ଗାଲି ଥାନାରେ ଗୋଟିଏ ଏଏସ୍‌ଆଇ ପଦ ଖାଲି ଅଛି।  ବିଦ୍ୟୁତ ଥାନାରେ ସମସ୍ତ ଦପବୀ ଖାଲି ରହିଛି।  ଏଠାରେ ଗୋଟିଏ ଇନ୍‌ସପେକ୍ଟର, ୨ ଏସ୍‌ଆଇ, ୨ ଏଏସ୍‌ଆଇ , ଗୋଟିଏ ହାବିଲଦାର ପଦବୀ ଖାଲି ରହିଛି। ଏହି ଥାନାରେ ମାତ୍ର ୫ କନଷ୍ଟେବଳ ଥିବା ଜଣାଯାଇଛି।। ଜିଲ୍ଲାର ଆଦର୍ଶ ଥାନାର ମାନ୍ୟତା ପାଇଥିବା ବଡ଼ମାଳ ଥାନାରେ ୮ ଏସ୍‌ଆଇଙ୍କ ମଧ୍ୟରୁ ୬ ଜଣ, ୬ ଏଏସ୍‌ଆଇଙ୍କ ମଧ୍ୟରୁ ୨ ଜଣ ଥିବାରୁ ଥାନା ପରିଚାଳନାରେ ଏକ ରକମ ଅସୁବିଧ‌ାର ସୃଷ୍ଟି ହେଉଥିବା ଜଣାଯାଇଛି। ପୁଲିସ ଅଫିସର ଅଭାବ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ପରିଚାଳନାରେ ନାହିଁନଥିବା ଅସୁବିଧା କଥା ଏସ୍‌ପି ଅଶ୍ୱିନୀ ମହାନ୍ତିଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ସ୍ୱୀକାର କରିଛନ୍ତି। ରାଜ୍ୟ ସରକାର ତଥା ସ୍ଥାନୀୟ ଲୋକ ପ୍ରତିନିଧି ଏହି ସମସ୍ୟା ଉପରେ  ଦୃଷ୍ଟି ଦେବାକୁ ଦାବି ହେଉଛି।

 

 

ସମ୍ବନ୍ଧିତ ଖବର