ରାସ୍ତାକଡ଼ରେ ଥିବା ପାଇପ୍‌ ସହ ଧକ୍କା ଖାଇ ବାଇକ୍‌ ଚାଳକଙ୍କ ମୃତ

ଆସ୍କା: ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ମୁଖ୍ୟ ରାସ୍ତା ପାଟଳିଗୁଡ଼ା ନିକଟରେ ରାସ୍ତା ଉପରେ ଥିବା ପାଣି ପାଇପ୍‌ ସହ ଧକ୍କା ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ସନ୍ତୋଷ କୁମାର, ବୟସ ୪୦ ବର୍ଷ ଓ ଘର ବ୍ରହ୍ମପୁରର ବ୍ରହ୍ମପୁର କଲୋନିରେ ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଅାହତ ହୋଇଛନ୍ତି ଗାଲାପାଲି ସାହି ସାଇକୃଷ୍ଣ ମହାରଣା(୧୮)।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ସନ୍ତୋଷ ଓ ସାଇକୃଷ୍ଣ ଓଡି ୦୭ୟୁ/୨୪୦୩ ବାଇକ୍‌ ଯୋଗେ ଆସ୍କା ଝରପାଲିକୁ ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ୍‌ ଭରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପାଣିପାଇପ୍‌ ସହିତ ଧକ୍କା ଖାଇଥିଲା। ଫଳରେ ଦୁହେଁ ଗାଡ଼ିରୁ ତଳକୁ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ସନ୍ତୋଷ କୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟଲୋକେ ସାଇକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଆସ୍କା ଡାକ୍ତରଖାନକୁ ନେଇଯାଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇବା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରି ଦେଇଥିଲେ ଡାକ୍ତର। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର