ଏମିତି ବି ଆସେ ମୃତ୍ୟୁ: ହଠାତ୍‌ ଗାଡ଼ିରୁ ଖସି ପଡ଼ିଲେ ସ୍ୱାମୀ-ସ୍ତ୍ରୀ, ଡାକ୍ତରଖାନାରେ ହେଲା ସ୍ୱାମୀଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ୨୬ନମ୍ବର ଜାତୀୟ ରାଜପଥରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶରତ ପଣ୍ଡା ଓ ତାଙ୍କ ଘର ରାହଞ୍ଜ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାହଞ୍ଚ ଗ୍ରାମରେ ଶରତ ପଣ୍ଡା ଓ ତାଙ୍କ ପତ୍ନୀ ସ୍ନୋପିତା ପଣ୍ଡା ବସବାସ କରନ୍ତି। ସ୍ନୋପିତା ଭଣ୍ଡାରି ପୋଖରୀରେ ନର୍ସ ଭାବେ କାମ କରନ୍ତି। ଆଜି ଶରତ ସ୍ନେପିତାଙ୍କ ଡିୟୁଟି ସରିବା ପରେ ସ୍କୁଟି ଯୋଗେ ତାଙ୍କୁ ଆଣିବାକୁ ଯାଇଥିଲେ। ପତ୍ନୀ ସ୍ନେପିତାଙ୍କୁ ସାଥୀରେ ଧରି ଘରକୁ ଫେରୁଥିବା ସମୟରେ ହଠାତ୍‌ ପତି-ପତ୍ନୀ ଦୁହେଁ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶରତ ପଣ୍ଡା ଓ ସ୍ନୋପିତା ପଣ୍ଡାଙ୍କୁ ଡାକ୍ତରଖାନା ଆଣି ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଶରତଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।  ପତ୍ନୀ ସ୍ନୋପିତାଙ୍କ ଶାରୀରାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର