ଯାଜପୁର: କାର ଓ ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ଅନ୍ୟ ଏକ ଦୁର୍ଘଟଣାରେ କନେଷ୍ଟବଳ ଗୁରୁତର

ଯାଜପୁର: ଯାଜପୁର ୧୬ନମ୍ବର ଜାତୀୟ ରାଜପଥ ଛତିଆ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ମୃତ ବାଇକ୍‌ ବାଇକ୍‌ ଚାଳକ  ମଉଜା ଅଞ୍ଚଳର ପ୍ରଦ୍ୟୁମ୍ନ ପରିଡା ବୋଲି ଜଣାପଡ଼ିଛି। ଆଜି ମଉଜା ପରିଡା ଓ ତାଙ୍କର ଜଣେ ସାଥୀ ବାଇକ୍‌ରେ କୌଣସି ଏକ କାମରେ ଯାଉଥିବା ସମୟରେ ଛତିଆ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କାର ସହିତ ଧକ୍କା ଖାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଅନ୍ୟ ଏକ ସଡ଼କ ଦୁର୍ଘଟଣା ଚଣ୍ଡିଖୋଲ-ପାଣି କୋଇଲି ଜାତୀୟରାଜପଥ ନେଉଲିପୁରରେ ହୋଇଛି। କାର ଓ ବାଇକ୍‌ ଦୁର୍ଘଟଣାରେ ଧର୍ମଶାଳାର ପୁଲିସର ଷ୍ଟେସନର କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ କନେଷ୍ଟବଳଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର