କଟକ ଟାଙ୍ଗୀ ରଜକଣା ନିକଟରେ କାରକୁ ଧକ୍କା ଦେଲା ବସ୍‌, ୨ମୃତ, ୪ ଗୁରୁତର

କଟକ: କଟକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ କଟକ ଟାଙ୍ଗୀ ରଜକଣାଠାରେ ସୋମବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରକୁ ଏକ ବସ୍‌ ଧକ୍କା ଦେଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର