ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌ ଓ ବାଇକ୍‌; ୧ ମୃତ

ଦେବଗଡ଼: ଦେବଗଡ଼ର ୫୩ ନମ୍ବର ଜାତୀୟ ରାଜପଥର ପ୍ରଭାଶୁଣୀ ଗ୍ରାମ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଦୁର୍ଘଟଣା ପରେ ଉଭୟ ଟ୍ରକ୍‌ ଓ ବାଇକ୍‌ରେ ନିଆଁ ଲାଗି ଜଳି ଯାଇଥିଲା। ଏଥିରେ ଭୟଭୀତ ହୋଇ ଟ୍ରକ୍‌ ଚାଳକ ଟ୍ରକ୍‌ରୁ ଓହ୍ଲାଇ ପଡ଼ି କୌଣସି ମତେ ନିଜ ଜୀବନ ବଞ୍ଚାଇ ନେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର