ଟ୍ରକ୍‌ ଓ ଜିପ୍‌ ଧକ୍କାରେ ୧ମୃତ, ୭ ଆହତ

ସମ୍ବଲପୁର: ସମ୍ବଲପୁର-କଟକ ଜାତୀୟ ରାଜପଥ ନିକଟସ୍ଥ ଝାଙ୍କରପାଲି ନିକଟରେ ସୋମବାର ଅପରାହ୍ନରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତଙ୍କ ନାମ ତପସ୍ୱିନୀ ସାହୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜିପ୍‌ ( ଓଆର୍‌୧୫ଡି୦୯୬୭)ଟି ଜୁଜୁମୁରାରୁ ସମ୍ବଲପୁର ଅଭିମୁଖେ ଆସୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଜିପ୍‌ ଭିତରେ ଥିବା ୮ରୁ ୯ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କ ଆହତ ହୋଇଛନ୍ତି। ଆତଙ୍କ ମଧ୍ୟରୁ ୩ଜଣଙ୍କ ନାମ ଜଣାପଡ଼ିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବାରୁ ସେମାନଙ୍କ ପରିଚୟ ମିଳି ପରି ନାହିଁ। ତିନିଜଣ ଆହତଙ୍କ ନାମ ଭୀମଖୋଜର ସବିତା ରଣା, ଲାଣ୍ଡବାହାଲର ଶ୍ରୀକାନ୍ତ ମୁଣ୍ଡା, ଗୋବିନ୍ଦତଲାର ଶାଲେଶ୍ୱର ବର୍ମା ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାପରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ କିଛିସମୟ ପାଇଁ ଯାତାୟାତରେ ଅସୁବିଧା ହୋଇଥିଲା। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା।

ସମ୍ବନ୍ଧିତ ଖବର