ସମ୍ବଲପୁର : ସଡ଼କ ଦୁର୍ଘଟଣାରେ ୧ମୃତ, ୨୫ରୁ ଊର୍ଧ୍ୱ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ୫୫ ନମ୍ବର ଜାତୀୟ ରାଜପଥରେ ହିଂଡୋଲ୍ ନିକଟରେ ଏକ ବାହାଘର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏଠାରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକ ଅନୁଗୁଳ ଜିଲ୍ଲା କୁସୁଣୀ ଗ୍ରାମର ମନୋଜ ଭୋଇ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ବାହାଘର ଥିବାରୁ କନ୍ୟାଘର ଲୋକେ ରେଢ଼ାଖୋଲ ହରିପୁର ଗ୍ରାମରୁ ଏକ ୪୦୭ ଗାଡ଼ି ଯୋଗେ ଝିଅ ବିଦା ପାଇଁ ଚାରମାଳ ଥାନା ସାତସମା ଗାଁକୁ ଯାଉଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସାହାଯ୍ୟ କରିବା ସହିତ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର