କୋରାପୁଟ: ପଲ୍ଲିସଭାର ତଦନ୍ତରେ ଶିଥିଳତା ଆସିଲେ ପୁଣି ହେବ ଆନ୍ଦୋଳନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳିରୁ ବିନା ପଲ୍ଲିସଭାରେ ବେଆଇନ୍‌ ଭାବେ ଖଣି ଖନନ କରାଯାଇଛି। ବେଦାନ୍ତ କମ୍ପାନିକୁ ପ୍ରଦାନ କରାଯାଉଥିବା ଅଭିଯୋଗ କରି ୨୨ ଖଣ୍ଡ ଗାଁର ଆଦିବାସୀ ଗତ ୯ ଦିନ ଧରି ଯେଉଁ ଧାରଣା ଓ ଆନ୍ଦୋଳନ କରିଥିଲେ, ତାହା କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁଙ୍କ ଦ୍ୱାରା ସମାଧାନ ହୋଇପାରିଥିଲା। ଏପରିକି ଜିଲ୍ଲାପାଳ ଖଣି ସପକ୍ଷବାଦୀ, ବିପକ୍ଷବାଦୀ, ବ୍ଲକ, ଜିଲ୍ଲା ପ୍ରଶାସନ, ଓଏମସି କର୍ମଚାରୀଙ୍କ ଉପସ୍ଥିତିରେ ହୋଇଥିବା ଦେଢଘଣ୍ଟାର ଆଲୋଚନା ପରେ ଖଣିବିରୋଧି ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିବାକୁ ଅନିଚ୍ଛା ସତ୍ତ୍ୱେ ବାଧ୍ୟ ବାଧ୍ୟକତାରେ ଧାରଣାରୁ ଓହରିଥିଲୋ

ରବିବାର ସକାଳୁ ଜିଲ୍ଲାପାଳ ପୋମା ଟୁଡୁଙ୍କର ବଦଳି ହୋଇଯାଇଥିବା ଆନ୍ଦୋଳନକାରୀ ଜାଣିବା ପରେ ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିକ ବର୍ତ୍ତମାନ ନୂତନ ଭାବେ ଆସିବାକୁ ଥିବା ଜିଲ୍ଲାପାଳ ପାଳନ କରିବେ ନାଁ ନାହିଁ, ପଲ୍ଲିସଭା ସକାଶେ ଯେଉଁ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହା ନୂତନ ଜିଲ୍ଲାପାଳ କାର୍ଯ୍ୟକାରୀ କରିବେ ନା ନାହିଁ ଏସବୁ ବିଷୟକୁ ନେଇ ମାରବାଇଗୁଡା ଆମ୍ବତୋଟା ଠାରେ ଖଣିବିରୋଧି ଆନ୍ଦୋଳନକାରୀମାନେ ଏକ ଜରୁରୀ ବୈଠକ କରିଥିଲୋ ସୁଧାକର ବାଘ, ବାବୁଲା ମହାରଣା, ଅଗସ୍ତି ହାଲଓ୍ଵା, ପୁରଷୋତ୍ତମ ବାଘ ଦିବାକର ସାହୁଙ୍କ ଶତାଧିକ ଖଣିଖନନ ବିରୋଧୀ ଏକତ୍ରିତ ହୋଇ ଜିଲ୍ଲାପାଳ ପୋମା ଟୁଡୁଙ୍କ ବଦଳି ବେଆଇନ ଭାବେ କରାଯାଇଛି। ସେ ଜଣେ ଆଦିବାସୀ ଆଇଏଏସ୍‌ ଅଫିସର ହୋଇଥିବା ବେଳେ ଗତ ୯ଦିନ ଧରି ଆଦିବାସୀମାନେ ଯେଉଁ ନ୍ୟାୟିକ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ, ସେଥିରେ ସେ ସମାଧାନର ବାଟ ବାହାର କରିବାରେ ସଫଳ ହୋଇଥିଲେ।

କୋରାପୁଟ ଭଳି ଆଦିବାସୀ ଅଞ୍ଚଳରେ ଆଦିବାସୀଙ୍କ ପ୍ରକୃତ ଦୁଖ ସେ ନିଶ୍ଚୟ ହୃଦୟଙ୍ଗମ କରିଥାନ୍ତେ କିନ୍ତୁ ୯ ଦିନ ଧରି ଖଣିଖନନ ବନ୍ଦରହିବା ତାଙ୍କ ପାଇଁ ମହଙ୍ଗା ପଡିଛି। ଏପରିକି କମ୍ପାନିର ଚାପ ଯୋଗୁଁ ତୃତୀୟ ମହଲାରେ ଚାପ ଦିଆଯାଇ ତାଙ୍କୁ ବଦଳି କରାଯାଇଛି। ଜଣେ ସଚ୍ଚୋଟ ଜିଲ୍ଲାପାଳଙ୍କୁ ୨୦ ଦିନ ମଧ୍ୟରେ କାହିଁକି ବଦଳି କରାଗଲା ତାହା ନିଶ୍ଚୟ ଭାବେ ସମସ୍ତେ ଜାଣିପାରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଗ୍ରାମବାସୀମାନୋ

ସମ୍ବନ୍ଧିତ ଖବର