ଅଜୟ ଦେବଗନ୍‌ ପରଦାରେ କରିବେ ଏୟାର ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ: ବଲିଉଡ୍‌ରେ ଏବେ ଦେଶଭକ୍ତି ସିନେମା ଓ ବାୟୋପିକ୍‌ର କ୍ରେଜ ଚାଲିଛି। ଆସନ୍ତାକାଲି ରଙ୍ଗର ପର୍ବ ହୋଲି ଅବସରରେ ଅଭିନେତା ଅକ୍ଷୟ କୁମାର ପୂରା ଦେଶକୁ ‘ଗୋରୁଆ’ ରଙ୍ଗରେ ରଙ୍ଗୀନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ଅଭିନେତା ଅଜୟ ଦେବଗନ୍‌ ଆଗାମୀ ବର୍ଷ ଏମିତି ଏବେ ବାୟୋପିକ୍‌ରେ ନଜର ଆସିବାର ନିଷ୍ପତ୍ତି କରିଛନ୍ତି ଯାହା ଦେଶଭକ୍ତି ରଙ୍ଗରେ ରଙ୍ଗୀନ ହେବ।

Hindustan Times

ଅଜୟ ଦେବଗନ୍‌ ଦେଶର ଶତ୍ରୁଙ୍କ ଉପରେ ଏୟାରଷ୍ଟ୍ରାଇକ୍‌ କରିବା ପାଇଁ ଠାଣି ନେଇଛନ୍ତି। ଏହି ବାୟୋପିକ୍‌ର ନାମ ‘ଭୁଜ ଦ ପ୍ରାଇଡ ଅଫ ଇଣ୍ଡିଆ’ ରଖାଯାଇଛି। ଟ୍ରେଡ୍‌ ଏନାଲିଷ୍ଟ ତରଣ ଆର୍ଦଶ ନିଜ ସୋସିଆଲ ମିଡଆ ଓ୍ଵାଲରେ ସେୟାର କରି ଲେଖିଛନ୍ତି,‘#BhujThePrideOfIndiaରେ ଅଜୟ ଦେବଗନ୍‌ । ୧୯୭୧ରେ ଭାରତ ଓ ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ ବିମାନ ଘାଟିର ପ୍ରଭାରୀ ସ୍କାଡନ୍‌ ଲିଡର ବିଜୟ କାର୍ଣ୍ଣିକ ଭୂମିକାରେ ଅଜୟ ନଜର ଆସିବେ। ସ୍କାଡନ୍‌ ଲିଡର ବିଜୟ କାର୍ଣ୍ଣିକ ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ।

 

ସମ୍ବନ୍ଧିତ ଖବର